ଆମ ଗର୍ବ ଆମ ସମ୍ମାନ: ମିଲେଟ ମିଶନ୍

ବିଶ୍ବ ପାଇଁ ଓଡ଼ିଶାର ମେଗା ମିଲେଟ୍‌ ପ୍ଲାନ୍‌ । ୨୦୨୩କୁ ଜାତିସଂଘ ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ଭାବେ ପାଳନ କରୁଛି । ପ୍ରତିବର୍ଷ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ଲକ୍ଷ୍ୟ- ମାଣ୍ଡିଆ ଚାଷୀଙ୍କୁ ପ୍ରୋତ୍ସାହନ ଓ ଘରେଘରେ ମିଲେଟ୍‌ ଆଦର ବୃଦ୍ଧି । ମିଲେଟକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ଭାରତର ପ୍ରଥମ ରାଜ୍ୟ ଭାବେ ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଓଡ଼ିଶା ଦୁଇ ଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ ଆୟୋଜନ କରୁଛି ।    ଭୁବନେଶ୍ବରରେ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶର  ଚାଷୀ, ଗବେଷକ, ବ୍ୟବସାୟୀ, ମିଲେଟ୍‌ ଉପରେ କାମ କରୁଥିବା ସଂସ୍ଥା ଭାଗ ନେବେ । ମିଲେଟରେ ଉପକାରିତା ନେଇ ଆଲୋଚନା ହେବ । ବିଶ୍ବରେ ମିଲେଟ୍‌ ଚାହିଦା ବୃଦ୍ଧି ପାଇଁ ସମ୍ମିଳନୀରେ ଫୋକସ୍‌ କରାଯିବ । ସମ୍ମିଳନୀର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ  ଅଣ୍ଟା ଭିଡ଼ିଛି । ବୈଜ୍ଞାନିକ ପଦ୍ଧତି ଓ ପାରମ୍ପରିକ ଜ୍ଞାନକୌଶଳର ମିଶ୍ରଣରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୭୭ ବ୍ଲକକୁ କିପରି ସଂପ୍ରସାରଣ କରାଯାଇଛି ମିଲେଟ, ତା’ର ସଫଳତା ଶୁଣିବ ବିଶ୍ବ । ମାଣ୍ଡିଆରେ ଭରପୂର ଆଇରନ ଓ ପ୍ରୋଟିନ ଅଛି । ଖାଇଲେ ଶରୀର ସୁସ୍ଥ ଓ ସତେଜ ରହିବା ସହ ଅନେକ ରୋଗରୁ ମୁକ୍ତି ମିଳୁଛି ।

ଜଳବାୟୁ ପରିବର୍ତ୍ତନ ସମୟରେ ମାଣ୍ଡିଆ ଚାଷ ଲାଭଦାୟକ ହୋଇଛି । ଚାଷୀଙ୍କ ପାଇଁ ସ୍ବତନ୍ତ୍ର ମାର୍କେଟ, ମିଶନ ଶକ୍ତି କ୍ୟାଫେ, ଚାଷୀଙ୍କୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏମଏସପି ବ୍ୟବସ୍ଥା କରିବା ସହ ଆୟ ଦୁଇଗୁଣା କରିବା ଏବଂ ପିଡିଏସରେ ଚାଉଳ ସହ ୧ ଟଙ୍କାରେ ମାଣ୍ଡିଆ ଦିଆଯାଉଛି । ଆଗକୁ ଆମ ହସ୍ପିଟାଲରେ ମିଲେଟ୍‌ କ୍ୟାଫେ ସହ ମଧ୍ୟାହ୍ନ ଭୋଜନରେ ମିଲେଟ ସାମିଲ କରାଯିବ  । ଓଡ଼ିଶାରେ ପ୍ରତିବର୍ଷ ମିଲେଟ ଚାଷ ବୃଦ୍ଧି ପାଉଛି । ୨୦୧୭-୧୮ ବର୍ଷରେ ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ମିଲେଟ୍‌ ମିଶନ ଆରମ୍ଭ କରିଥିଲେ । ୨୦୨୭ ମସିହା ପର୍ଯ୍ୟନ୍ତ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନେଇଛି କୃଷି ବିଭାଗ ।  ଆନ୍ତର୍ଜାତିକ ସମ୍ମିଳନୀରେ ବୈଷୟିକ ଅଧିବେଶନ, ବି ଟୁ ବି ମିଟିଂ, ଖାଦ୍ୟ ମହୋତ୍ସବ, ମିଲେଟ ଉପରେ କୁଇଜ ଓ ରନ୍ଧନ ପ୍ରତିଯୋଗିତା ହେବ । ସେଥିପାଇଁ ଏବେ ସଭିଁଙ୍କ ମୁହଁରେ ଗୋଟିଏ କଥା  ‘ଥରେ ଖାଇଲେ ଖାଇବୁ ନୀତି, ରାତି ହେଉ କି ଦିନ ; ଆମ ଗର୍ବ ଆମ ସମ୍ମାନ ମିଲେଟ ମିଶନ୍‌

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!