ଏଲ୍‌ଭିସ୍‌ ଯାଦବ ଯିବେ ଜେଲ୍‌ …

ଅଡୁଆରେ ପଡିଲେ ବିଗ୍‌ବସ୍‌ ବିଜେତା ଏଲଭିସ୍ ଯାଦ ।ଏଲଭିସ୍‌ଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । ରେଭ୍‌ ପାର୍ଟିରେ ସାପ ବିଶ କାରବାର କରୁଥିଲେ ଏଲଭିସ୍‌  । ବିଭିନ୍ନ କ୍ଲବ ଓ ପାର୍ଟିକୁ ସାପ ବିଷ ପଠାଉଥିବା ଅଭିଯୋଗ ହୋଇଛି । ୟୁପିର ନୋଏଡାରେ ଏଭଳି ରେଭ୍ ପାର୍ଟିର ଆୟୋଜନ କରାଯାଉଥିଲା। ବିଷାକ୍ତ ନାଗସାପ ବିଷର ବ୍ୟବହାର ରେଭ୍ ପାର୍ଟିରେ ବ୍ୟାନ ଥିବାବେଳେ ଏଠାକୁ ସାପ ଅଣାଯାଇଥିଲା। ଏଭଳି ସଂଗୀନ ଅଭିଯୋଗ ପରେ ଘଟଣାକୁ ନେଇ ଏଲଭିସ୍ ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି। ମାମଲାରେ ଏଲଭିସ୍ ଯାଦବଙ୍କୁ ସାପ ଯୋଗାଇଥିବା ୬ ସାପଧରାଳିଙ୍କୁ ଗିରଫ କରିଛି ୟୁପି ପୋଲିସ। ରେଡ୍ ବେଳେ ୯ଟି ବିଷଧର ସାପ ଉଦ୍ଧାର କରିଛି ପୋଲିସ ସହ ବନବିଭାଗ ଟିମ୍  ।ତେବେ ଏନେଇ ଏଲ୍‌ଭିସ୍‌ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!