ପୁଣି ଲଢ଼ିବେ ପୁଟିନ

() ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ମଇଦାନକୁ ଓହ୍ଲାଇବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଖୁବ୍ ଶୀଘ୍ର ଏନେଇ ଘୋଷଣା କରିବେ ପୁଟିନ । ଆସନ୍ତାବର୍ଷ ମାର୍ଚ୍ଚରେ ହେବାକୁ ଯାଉଥିବା ନିର୍ବାଚନରେ ଯଦି ବିଜୟୀ ହୁଅନ୍ତି ତେବେ ସେ ୨୦୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ । ପାଶ୍ଚାତ୍ୟ ରାଷ୍ଟ୍ରବିରୋଧରେ ପୁଟିନ ଦବଦବା ଜାରି ରଖିଥିବାବେଳେ ତାଙ୍କର ପ୍ରାର୍ଥିତ୍ବକୁ ବିଭିନ୍ନ ମହଲରୁ ସମର୍ଥନ ମିଳୁଥିବା ସୂଚନା ମିଳିଛି । ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ପୁଟିନ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ବିଧିବଦ୍ଧ ଘୋଷଣା ବାକି ଅଛି ବୋଲି ତାଙ୍କ ନିକଟତମ ମହଲ କହିଛନ୍ତି ।

ସେପଟେ ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ପାଶ୍ଚାତ୍ୟ ରାଷ୍ଟ୍ର ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଭୁଲ ସୂଚନା ପ୍ରସାରଣ କରୁଛି ବୋଲି କହିଛି କ୍ରେମଲିନ । ବିଗତ ୧୯୯୯ ଡିସେମ୍ବର ୩୧ରେ ରାଷ୍ଟ୍ରପତି ଦାୟିତ୍ବ ନେଇଥିଲେ ପୁଟିନ । ଯୋଶେଫ ଷ୍ଟାଲିନ ଓ ଲିଓନିଦ ବ୍ରେଜନେଭଙ୍କ ପରେ ପୁଟିନ ହେଉଛନ୍ତି ତୃତୀୟ ବ୍ୟକ୍ତି ଯିଏକି ଦୀର୍ଘକାଳ ଧରି ରାଷ୍ଟ୍ରପତି ଅଛନ୍ତି । ବିଭିନ୍ନ ମହଲରୁ କରାଯାଇଥିବା ରେଟିଂର ପୁଟିନଙ୍କୁ ୮୦ ପ୍ରତିଶତ ସମର୍ଥନ ମିଳୁଥିବା କୁହାଯାଇଛି । ୟୁକ୍ରେନ ସହ ଯୁଦ୍ଧ ପରଠାରୁ ବିଶ୍ବରେ ତାଙ୍କ ଦବଦବା ବଜାୟ ରହିଛି ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!