() ମିଜୋରାମର ସମସ୍ତ ୪୦ ଆସନ ଲାଗି ଭୋଟ । ୧୨୭୬ଟି ଭୋଟ ଗ୍ରହଣ କେନ୍ଦ୍ର ରହିଥିବାବେଳେ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନିର୍ବାଚନରେ ୧୭୪ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮ ଲକ୍ଷ ୫୭ ହଜାର ଭୋଟର । ମିଜୋ ନ୍ୟାସନାଲ ଫ୍ରଣ୍ଟ ନେତା ତଥା ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଆଇଜଲ ଇଷ୍ଟ-୧ରୁ ଲଢୁଛନ୍ତି । ତୁଇଚାଙ୍ଗ ଆସନରୁ ଲଢୁଛନ୍ତି ଏମଏନଏଫ ନେତା ତାନଲୁଇଆ । ସେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ । ଆଇଜଲ ଓ୍ବେଷ୍ଟ-୩ରୁ ଲଢୁଛନ୍ତି କଂଗ୍ରେସ ଭେଟେରାନ ଲାଲସାଓ୍ବା ।
ସର୍ଚ୍ଚିପ ଆସନରୁ ଲଢୁଛନ୍ତି ଜେଡପିଏମ ନେତା ଲାଲଦୁହୋମା । ଦାମ୍ପା ଆସନରୁ ଲଢୁଛନ୍ତି ବିଜେପି ହେଭିଓ୍ବେଟ ଭାନଲାଥମୁକା । ଡିସେମ୍ବର ୧୭ରେ ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ୨୦୧୮ ନିର୍ବାଚନରେ ମିଜୋନ୍ୟାସନାଲ ଫ୍ରଣ୍ଟ ୨୭ ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୫ ଆସନରେ ବିଜୟୀ ହୋଇଥିଲା । ବିଜେପି ମାତ୍ର ଗୋଟିଏ ଆସନ ପାଇଥିଲା । ଅନ୍ୟାନ୍ୟ ଦଳ ୭ ଆସନରେ ବିଜୟୀ ହୋଇଥିଲେ ।


