ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଟାଇମ୍ସ ବିଜନେସ ଆୱାର୍ଡ

ଓଡ଼ିଶାର କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ‘ସ୍ପୋର୍ଟ୍ସ ଡେଭେଲପମେଣ୍ଟ୍ ଏଣ୍ଡ ଇମ୍ପାକ୍ଟ’ ଶ୍ରେଣୀରେ ଟାଇମ୍ସ ବିଜନେସ ଆୱାର୍ଡ ଓଡ଼ିଶା-୨୦୨୩ ପୁରସ୍କାରରେ ସମ୍ମାନିତ କରାଯାଇଛି। କମ୍ପାନୀ ପକ୍ଷରୁ ଭର୍ଜିଲ ଲାକ୍ରା (ଡିଜିଏମ – ସିଏସଆର) ଏବଂ ସୁବ୍ରତ ତ୍ରିପାଠୀ (ମ୍ୟାନେଜର – ସିଏସଆର) ଏହି ସମ୍ମାନ ଗ୍ରହଣ କରିଥିଲେ।

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏହାର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଓଡ଼ିଶାର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ କ୍ରୀଡ଼ାର ବିକାଶ କ୍ଷେତ୍ରରେ ବିଶେଷ କାର୍ଯ୍ୟ କରିଆସୁଛି। କମ୍ପାନୀର ସାମାଜିକ ସଂସ୍ଥା, ଜେଏସପି ଫାଉଣ୍ଡେସନ୍, ସ୍ଥାନୀୟ ଯୁବକମାନଙ୍କ ଫିଟନେସ୍ ଏବଂ କ୍ରୀଡ଼ା କୌଶଳ ବିକାଶ ନିମନ୍ତେ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ, ପ୍ରଶିକ୍ଷଣ ଏବଂ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ବ୍ୟବସ୍ଥା କରି କ୍ରୀଡ଼ାବିତ ଏବଂ ପାରମ୍ପରିକ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜେଏସପି ଫାଉଣ୍ଡେସନ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଦିଲୀପ ତିର୍କି ଫାଉଣ୍ଡେସନ ସହଭାଗିତାରେ ୨୧୫ ଗ୍ରାମରେ ୫,୦୦୦ରୁ ଅଧିକ ଉଦୀୟମାନ ହକି ପ୍ରତିଭାକୁ ସହାୟତା ଯୋଗାଇ ଦେଉଛି। ଏହା ବ୍ୟତୀତ ବର୍ଷରେ ବିଭିନ୍ନ ସମୟରେ ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ସ୍ଥାନୀୟ କ୍ରୀଡ଼ାବିତମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଛି।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!