ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ (ଆଇଆଇଏମ୍)ର ୭୭ତମ ବାର୍ଷିକ ବୈଷୟିକ ବୈଠକରେ ଟାଟା ଷ୍ଟିଲ୍ର ଏମ୍ଡି ତଥା ସିଇଓ ଟି. ଭି. ନରେନ୍ଦ୍ରନଙ୍କୁ ସମ୍ମାନଜନକ ଆଇଆଇଏମ୍-ଜେଆର୍ଡି ଟାଟା ପୁରସ୍କାର-୨୦୨୩ ପ୍ରଦାନ କରାଯାଇଛି।
ଦେଶର ପ୍ରମୁଖ ଘରୋଇ କମ୍ପାନୀ ଟାଟା ଷ୍ଟିଲ୍ର ଏମ୍ଡି ତଥା ସିଇଓ ଟି.ଭି. ନରେନ୍ଦ୍ରନଙ୍କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଧାତବ ଶିଳ୍ପରେ କର୍ପୋରେଟ ନେତୃତ୍ୱ ଉକତ୍ର୍ଷ ପାଇଁ ନରେନ୍ଦ୍ରନଙ୍କୁ ଉପରୋକ୍ତ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ଆଇଆଇଏମ୍ର ସଭାପତି ସତୀଶ ପାଇ ନରେନ୍ଦ୍ରନଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ।
ଅପରପକ୍ଷରେ ଦୀର୍ଘ ସ୍ଥାୟିତ୍ୱ,ନବସୃଜନ ଓ ଦାୟିତ୍ୱବାନ୍ ବ୍ୟବସାୟ ଅଭ୍ୟାସ ପ୍ରତି ଟାଟା ଷ୍ଟିଲର ପ୍ରତିବଦ୍ଧତା ରହିଛି। ଉକ୍ତ ପ୍ରତିବଦ୍ଧତା ଅନୁସାରେ ଖଣି ଓ ଧାତବ ଶିଳ୍ପ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ଲାଗି ନରେନ୍ଦ୍ରନଙ୍କୁ ଏଭଳି ଏକ ସମ୍ମାନଜନକ ଆଓ୍ବାର୍ଡ ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୦୬-୦୭ରେ ଆରମ୍ଭ ହୋଇଥିବା ଆଇଆଇଏମ୍-ଜେଆର୍ଡି ଟାଟା ପୁରସ୍କାର ସମାରୋହ ଉତ୍ସବ ଜେଆର୍ଡି ଟାଟାଙ୍କ ପରମ୍ପରାକୁ ମନେଇ ପକାଇଥାଏ। ଏହା ଗୋଷ୍ଠୀ ସମୁଦାୟ ଏବଂ ଦେଶ ପାଇଁ ପରିବର୍ତ୍ତନ ଆଣିବା ଲାଗି ତାଙ୍କ ଦୃଷ୍ଟିକୋଣକୁ ମଧ୍ୟ ପ୍ରତିଫଳିତ କରୁଛି।

