ଓଡ଼ିଶାରେ ଷ୍ଟାର୍ଟଅପ୍ ବ୍ୟବସ୍ଥା ବେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ କାର୍ନିଭାଲର ଚଳିତ ସଂସ୍କରଣରେ ଉଲ୍ଲେଖନୀୟ ସଂଖ୍ୟାର ଅଂଶଗ୍ରହଣ ଆଶା କରାଯାଉଛି । ଭାରତ ସରକାରଙ୍କ ନିତି ଆୟୋଗର ଅଟଳ ଇନୋଭେସନ ମିସନ ସମର୍ଥିତ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ପକ୍ଷରୁ ସେବିରେ ପଞ୍ଜୀକୃତ ଭେଂଚର କ୍ୟାପିଟାଲ୍ ଫଣ୍ଡ୍ ଫ୍ଲୁଇଡ୍ ଭେଂଚର୍ସ ସହିତ ମିଶି ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୩ ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଛି ଯାହା ୨୦୨୩ ଡିସେମ୍ବର ୧୦ରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୩ ହେଉଛି ଓଡ଼ିଶାର ସର୍ବବୃହତ ମେଂଟର-ନିବେଶକ କନେକ୍ଟ ଉତ୍ସବ ଯାହାର ଦ୍ୱିତୀୟ ସଂସ୍କରଣକୁ ଚଳିତ ବର୍ଷ ଆୟୋଜନ କରାଯାଉଛି ।
ଏହି ୧୪ ଦିନିଆ କାର୍ଯ୍ୟକ୍ରମରେ ମେଂଟରିଂ, ବୈଠକ ଓ ସମ୍ମିଳନୀ ଆଦି ଆୟୋଜନ କରାଯିବ ଯାହା ଓଡ଼ିଶାର ଷ୍ଟାର୍ଟଅପ୍ ବ୍ୟବସ୍ଥାରେ ଥିବା ପ୍ରତିଟି ଅଂଶୀଦାରଙ୍କୁ ସ୍ୱତନ୍ତ୍ର ମଂଚ ପ୍ରଦାନ କରି ସେମାନଙ୍କୁ ସଂସ୍ଥା ଆଗକୁ ବଢ଼ାଇବା ଲାଗି ଆବଶ୍ୟକ ଜ୍ଞାନ ପ୍ରଦାନ କରି ସକ୍ଷମ କରିବ, ଯାହା ଫଳରେ ସେମାନେ ବ୍ୟବସାୟକୁ ବ୍ୟାପକ କରିପାରିବେ

