ଆସୁଛି ବାତ୍ୟା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ୩ ତାରିଖରେ ଏକ ବାତ୍ୟାରେ ପରିଣତ ହୋଇ ୫ତାରିଖରେ ଆନ୍ଧ୍ରପ୍ରଦେଶର ନେଲୁର ଓ ମଛିଲିପାଟନମ୍ ମଝିରେ ସ୍ଥଳଭାଗ ଅତିକ୍ରମ କରିବ। ହେଲେ ସ୍ଥଳଭାଗ ଛୁଇଁବା ପୂର୍ବରୁ ବାତ୍ୟା ‘ମିଚାଉଁ’ ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବାରୁ ଏହାର ଗତିପଥ ଓଡ଼ିଶା ଆଡ଼କୁ ରହିବ। ଫଳରେ ଆନ୍ଧ୍ର ସମେତ ସୀମାନ୍ତ ଓ କେନ୍ଦ୍ରୀୟ ଓଡ଼ିଶା ପର୍ଯ୍ୟନ୍ତ ବାତ୍ୟା ପ୍ରଭାବରେ ବର୍ଷା ହେବ। ପାଣିପାଗ କେନ୍ଦ୍ର ପକ୍ଷରୁ ବାତ୍ୟା ଗତିପଥ ସଂପର୍କରେ ଏହି ସୂଚନା ଦିଆଯାଇଛି। ୫ ତାରିଖରେ ରାଜ୍ୟରେ ବାତ୍ୟାର ସର୍ବାଧିକ ପ୍ରଭାବ ରହିବ ବୋଲି କୁହାଯାଇଛି।

