ଚାଲିଛି ଭୋଟ୍ ଗଣତି । ୪ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିାଗଡ଼ ଓ ତେଲେଙ୍ଗାନାରେ ଚାଲିଛି ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳ ଅନୁସାରେ ୩ଟି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ବେଳେ ଗୋଟିଏ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି ।ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସଂଖ୍ୟାଗରିଷ୍ଠତା ଆଡକୁ ଆଗଉଛି । ସେହିପରି ତେଲେଙ୍ଗାନାରେ କଂଗ୍ରେସ ଆଗରେ ରହିଛି ରାଜସ୍ଥାନରେ ମଧ୍ୟ ସ୍ପଷ୍ଟ ବହୁମତ ଆଡ଼କୁ ବିଜେପି ଅଗ୍ରସର ହେଉଛି । ଦଳ ୧୧୨ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୨ ଓ ଅନ୍ୟମାନେ ୧୫ ଆସନରେ ଆଗରେ ଅଛନ୍ତି । ତେବେ ତେଲେଙ୍ଗାନାରେ କଂଗ୍ରେସ ବିଆରଏସକୁ ପଛରେ ପକାଇ ସ୍ପଷ୍ଟ ବହୁମତ ଆଡକୁ ଆଗଉଛି ।

