କୁକୁର କାମୁଡ଼ି ଥିବା ପୋଷା ବିରାଡ଼ି କାମୁଡ଼ି ଦେବାରୁ ବାପପୁଅ ମୃତ

ଉତ୍ତର ପ୍ରଦେଶର କାନପୁର ଦେହାତ୍ ଜିଲ୍ଲାର ଆକବରପୁର ସହରରେ ପୋଷା ବିରାଡ଼ି କାମୁଡ଼ିବାର ପୁଅର ମୃତ୍ୟୁ । ପୋଷା ବିରାଡ଼ିଠାରେ ଜଳାତଙ୍କ ଲକ୍ଷଣ ଦେଖା ଦେଇଥିଲେ ବି ପରିବାର ଲୋକେ ସେଥି ପ୍ରତି ଧ୍ୟାନ ଦେଇ ନ ଥିଲେ।

ସେହି ସମୟରେ ଛୁଟିରେ ଘରକୁ ଆସିଥିବା ସେ ଶିକ୍ଷକଙ୍କ ୨୪ ବର୍ଷିୟ ପୁଅ ଅଜୀମ୍ ଖେଳୁଥିବା ବେଳେ ପୋଷା ବିରାଡ଼ି ତାଙ୍କୁ ରାମ୍ପୁଡ଼ିବା ସହିତ କାମୁଡ଼ି ପକାଇଲା।

ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଲା ଓ ସପ୍ତାହେ ପରେ ସେ ମରିଗଲେ। ପୁଅ ମୃତ୍ୟୁର ସପ୍ତାହେ ପରେ ବେସିକ୍ ସ୍କୁଲ୍ରେ ପ୍ରଧାନ ଶିକ୍ଷକ ଥିବା ୫୮ ବର୍ଷିୟ ବାପା ଇମ୍ତିଆଜୁଦ୍ଦିନ୍ଙ୍କୁ ବି ସେ ବିରାଡ଼ି କାମୁଡ଼ି ପକାଇଲା।ଜଣେ ବରିଷ୍ଠ ଜିଲ୍ଲା ଅଧିକାରୀ କହିଛନ୍ତି ଯେ, ସେପ୍ଟେମ୍ବର ମାସରେ ସେ ପୋଷା ବିରାଡ଼ିକୁ ଜଳାତଙ୍କ ରୋଗାକ୍ରାନ୍ତ ଗୋଟାଏ ବୁଲା କୁକୁର କାମୁଡ଼ିଥିଲା।

Post Views24 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!