ପୁଣି ଡରାଇଲାଣି କରୋନା । କେରଳରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ୫ କରୋନୋ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି. କେରଳରେ ସର୍ବାଧିକ ୪ ପଜିଟିଭଙ୍କ ମୃତ୍ୟୁ ହୋଇଛି ।ସେହିଭଳି ଉତ୍ତରପ୍ରଦେଶରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିନକରେ ୩୩୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ନୂଆ ପଜିଟିଭ ସଂଖ୍ୟାକୁ ମିଶାଇ ମୋଟ ୧୭୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆରମ୍ଭ ହେବାର ପରଠାରୁ ଦେଶରେ ଆଜି ସୁଦ୍ଧା ସାଢେ ୪ କୋଟିରୁ ଅଧିକ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କୋଭିଡର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । କୋଭିଡର ନୂଆ ଭାରିଆଣ୍ଟ JN ଡଟ୍ 1 ଚିହ୍ନଟ ହୋଇଛି। କୋଭିଡ ଆକ୍ରାନ୍ତଙ୍କ ମଧ୍ୟରେ ସୁସ୍ଥତା ହାର ଅଧିକ ରହିଛି । ବର୍ତ୍ମତାନ ସୁଦ୍ଧା ୯୮. ୮୧ ପ୍ରତିଶତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Related Posts
ବିଶାଖାପାଟଣାରେ ଏଆଇ ହବ୍ ସ୍ଥାପନ କରିବ ଗୁଗୁଲ
ବିଶାଖାପାଟଣା ଠାରେ ଗୁଗୁଲ୍ ପକ୍ଷରୁ ଏକ ଏଆଇ ହବ୍ ସ୍ଥାପନ କରାଯିବ। ନୂଆଦିଲ୍ଲୀଠାରେ ଚାଲିଥିବା ଏଆଇ ସମ୍ମିଳନୀରେ ବକ୍ତବ୍ୟ ରଖିବା…
୧୨୧ତମ ମନ କି ବାତରେ ପହଲଗାମ ଆତଙ୍କୀ ଆକ୍ରମଣ କଥା ବଖାଣିଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୨୧ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧିତ…
କେନ୍ଦ୍ରମନ୍ତ୍ରୀଙ୍କ ଚେତାବନୀ,ବିହାରରେ ଛିଣ୍ଡୁନି ରାଜନୀତି
ବିହାରରେ ଛିଣ୍ଡୁନି ରାଜନୀତି । ଏହାରି ଭିତରେ କେନ୍ଦ୍ରରେ ମନ୍ତ୍ରୀ ଥିବା ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା (ସେକ୍ୟୁଲାର୍)ର ଅଧ୍ୟକ୍ଷ ଜିତନରାମ୍…

