ରିଲିଜ ହେଲା ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ ଡଙ୍କି । ଫିଲ୍ମରେ ଶାହାରୁଖ ଖାନଙ୍କ ଜବରଦସ୍ତ ଆକ୍ଟିଂ ଦେଖିବାକୁ ପାଇଛନ୍ତି ଦର୍ଶକ । ରିଲିଜର ପ୍ରଥମ ଦିନରେ ହାଉସଫୁଲ୍ ହୋଇଥିବା ଦେଖିବାକୁ ମିଳିଛି । ଆରମ୍ଭରୁ ସିନେମା ହଲରେ ଯେଉଁପରେ ଖଚାଖଚ ଭିଡ ରହୁଛି, ସେଥିରୁ ଅନୁମାନ କରାଯାଉଛି ଯେ ପଠାନ ଓ ଯବାନ ପରି ଡଙ୍କି ବି ଧୁମ୍ ମଚାଇବ। ସିନେମା ହଲ୍ ବାହାରେ ଦର୍ଶକ ବାଣ ଫୁଟାଇବା ସହ ଢୋଲ ବଜାଇ ନାଚୁଥିବା ଦେଖିବାକୁ ମିଳିଛି।

