ଲୋକାର୍ପଣ ହେବ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ନବନିର୍ମିତ ବୈତରଣୀ ନଦୀ ବ୍ୟାରେଜ ପ୍ରକଳ୍ପର ବାମପାର୍ଶ୍ଵ କେନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ । ୫ ଶହ କୋଟି ଟଙ୍କାରେ ନିର୍ମିତ ଏହି କେନାଲରେ ପ୍ରଥମ ପର୍ଯ୍ୟାୟରେ ୧୮ କିଲୋମିଟର ବିଦ୍ୟାଧରପୁର ଆନିକଟ ଯାଏଁ କାର୍ଯ୍ୟକ୍ଷମ ହେବ। ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି କେନାଲ କାର୍ଯ୍ୟକ୍ଷମ ହେବା ପରେ ହଜାର ହଜାର ଚାଷୀ ଉପକୃତ ହେବେ ।

