ଋଣ ସମସ୍ୟା ଦେଇ ଗତି କରୁଥିବା ଅନିଲ ଅଗ୍ରୱାଲଙ୍କ କଂପାନି ବେଦାନ୍ତ ରାଜନୈତିକ ଦଳଗୁଡ଼ିକୁ ୨୦୦ କୋଟି ଟଙ୍କା ଦେବ। କଂପାନିର ବୋର୍ଡ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି। ରାଜନୈତିକ ଦଳଗୁଡ଼ିକୁ କେତେ ଟଙ୍କା ଲେଖାଏଁ ଦିଆଯିବ ସେ ନିଷ୍ପତ୍ତି କଂପାନିର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଓ ଉପାଧ୍ୟକ୍ଷ ନବୀନ ଅଗ୍ରୱାଲ ଗ୍ରହଣ କରିବେ। ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନୀ ବଣ୍ଡ ବିକ୍ରି ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ବେଦାନ୍ତ ବୋର୍ଡରେ ଏହି ପ୍ରସ୍ତାବ ପାରିତ ହୋଇଥିଲା। ନିର୍ବାଚନୀ ବଣ୍ଡ ଜରିଆରେ ବେଦାନ୍ତ ରାଜନୈତିକ ଦଳଗୁଡ଼ିକୁ ୪୫୭ କୋଟି ଟଙ୍କା ଦେଇଛି। ଚଳିତ ଆର୍ଥିକ ବର୍ଷରେ ସେଥିରୁ ୧୫୫ କୋଟି ଟଙ୍କା ଜାରି କରିଛି। ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଥିବା ନଗଦ ଟଙ୍କା ସହାୟତାକୁ ନିରୁତ୍ସାହିତ କରିବା ଲାଗି ୨୦୧୮ରେ ନିର୍ବାଚନୀ ବଣ୍ଡ୍ ଯୋଜନା ଆରମ୍ଭ ହୋଇଥିଲା। ସେହି ବଣ୍ଡ୍କୁ ଦେଶର ଯେକୌଣସି ନାଗରିକ କିମ୍ବା ସଂସ୍ଥା କିଣି ରାଜନୈତିକ ଦଳକୁ ସହାୟତା ରାଶି ଦେଇପାରିବେ। ବ୍ୟକ୍ତିଗତ ଭାବେ କିମ୍ବା ମିଳିତ ଭାବେ ଏହି ବଣ୍ଡ୍ କିଣାଯାଇପାରିବ।
Related Posts
ବଳଦେବଜୀଉଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା ଭେଟି
କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ବଳଦେବଜୀଉଙ୍କ…
ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଅବଧି ବୃଦ୍ଧି
ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଅବଧି ବୃଦ୍ଧିରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶନିବାର ଜାରି…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଏସଆଇ
ଭିଜିଲାନ୍ସ ଜାଲରେ ପୋଲିସ ବାବୁ। ମାମଲା ସମାଧାନ ପାଇଁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଏପରି ଘଟଣା…

