‘ଟ୍ରାନ୍ସଫରମେଟିଭ ଓଡ଼ିଶା ‘୨୦୨୪’ ଶୀର୍ଷକରେ ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ଆଲୋଚନା

ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା ଓ ୱେବ୍‌ପୋର୍ଟାଲ ‘ଇଣ୍ଟରଭ୍ୟୁ ଟାଇମ୍ସ’ ପକ୍ଷରୁ ‘ଟ୍ରାନ୍ସଫରମେଟିଭ ଓଡ଼ିଶା ‘୨୦୨୪’ ଶୀର୍ଷକରେ ରବିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ପତ୍ରିକାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଦିବ୍ୟଜିତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ ଯୋଗ ଦେଇଥିଲେ । ସାଂସଦ ଶ୍ରୀମତି ଦେଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ବରେ ରାଜ୍ୟରେ କିଭଳି ଭାବେ ଦ୍ରୁତବିକାଶ ହୋଇଛି ସେନେଇ ଆଲୋକପାତ କରିଥିଲେ। ବିଦ୍ୟାଳୟ ରୂପାନ୍ତରିକରଣରୁ ଆରମ୍ଭ କରି ସବୁ କ୍ଷେତ୍ରରେ ସରକାର ରୂପାନ୍ତରିକରଣ କରୁଥିବା ସେ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଲୁକା ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ, ଓରମାସର ସିଇଓ ଆଇଏଏସ୍‌ ଅଧିକାରୀ ଗୁହା ପୁନମ ତାପସ କୁମାର, ଭିସୁଟର କୁଳପତି ପ୍ରଫେସର ବଂଶୀଧର ମାଝୀ, ଟିପି ମାଇନ୍ସର ମାଇନ୍‌ ଓନର ତାରିଣୀ ପ୍ରସାଦ ମହାନ୍ତି, ସୋଆର କୁଳପତି ଡ.ଅଶୋକ ମହାପାତ୍ର, ପାୱାରଗ୍ରିଡ୍‌ ଓଡ଼ିଶା ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦେଶକ ୱାଇ.କେ ଦୀକ୍ଷିତ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟରେ କିଭଳି ଭାବେ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଚାଲିଛି ଓ କ’ଣ ପରିବର୍ତ୍ତନ ଆସିଛି ସେନେଇ ଅତିଥି ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ୫-ଟିରେ ରୂପାନ୍ତରିକରଣ କାର୍ଯ୍ୟ ତ୍ବାରାନିତ ହେଉଥିବା ଅତିଥି ମତପୋଷଣ କରିଥିଳେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓରମାସର ସିଇଓ ଆଇଏଏସ୍‌ ଅଧିକାରୀ ଗୁହା ପୁନମ ତାପସ କୁମାର ସମ୍ବର୍ଦ୍ଧିତ ହୋଇଥିଲେ। କାର୍ଯ୍ୟକ୍ରମକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ କୁମାର ମାହାନା, ମୁଖ୍ୟ ବତ୍ତୀୟ ଅଧିକାରୀ ପ୍ରମୋଦ କୁମାର ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Post Views72 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!