ହାଇଆଲର୍ଟରେ ବମ୍ବେ ସହର । ନବବର୍ଷ ପାଳନ ବେଳେ ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଧମକ ପରେ ସହରରେ ଖେଳିଛି ଆତଙ୍କ ।ଭୟବୀତ ଅବସ୍ଥାରେ ମୁମ୍ବାଇବାସୀ । ଗତକାଲି ସନ୍ଧ୍ୟା ୬ଟାରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ଅଜଣା ବ୍ୟକ୍ତି ବୋମା ବିସ୍ଫୋରଣ ଧମକ ଦେବା ପରେ ମହାନଗରୀର ପୋଲିସ ହୋଇଥିଲା ସତର୍କ । ପୋଲିସ ସୂଚନା ଅନୁସାରେ ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ବ୍ୟକ୍ତି ଫୋନ କରିବା ସହ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟିବ ବୋଲି କହି ଫୋନ କାଟି ଦେଇଥିଲା । ଫୋନ କଲ୍ ପାଇବା ପରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ମାତ୍ର ସେପରି କୌଣସି ସାମଗ୍ରୀ ପୋଲିସ ପାଇ ନଥିଲା । ଏହା ସତ୍ତ୍ବେ ସାରା ସହରରେ ପୋଲିସ ପକ୍ଷରୁ ନିରାପତ୍ତା କଡାକଡି କରାଯାଇଛି ।
Related Posts
ସମସ୍ତ କେନ୍ଦ୍ରୀୟ ହସ୍ପିଟାଲରେ ୨୫ ପ୍ରତିଶତ ସୁରକ୍ଷା ବଢାଇବାକୁ କେନ୍ଦ୍ରର ନିଷ୍ପତ୍ତି
କୋଲକାତା ଆର ଜି କର ହସ୍ପିଟାଲ ଘଟଣା ପରେ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ନିକଟରେ ଆଇଏମଏ ମଧ୍ୟ…
ଜୁଲାଇ ୨୧ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ
ଜୁଲାଇ ୨୧ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ଆଜି କେନ୍ଦ୍ର ସରକାର ସର୍ବଦଳୀୟ…
ଉତ୍ସବ ଚାଲିଥିବାବେଳେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼
ଉତ୍ସବ ଚାଲିଥିବାବେଳେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ । ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏଥିରେ ନାବାଳକ ଓ ଶିଶୁ…

