ସ୍ୱାମୀଙ୍କ ବଦଳରେ ସନ୍ତାନ ହୋଇପାରବେ ନୋମିନି । କେନ୍ଦ୍ରୀୟ ମହିଳା କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ କେନ୍ଦ୍ର ସରକାର ଏନେଇ ଘୋଷଣା କରିଛନ୍ତି । ଏଣିକି ବିବାହ ବିବାଦ ସହ ଜନିତ ମାମଲାରେ ମହିଳା କର୍ମଚାରୀ ସ୍ୱାମୀଙ୍କ ବଦଳରେ ନିଜ ପିଲାମାନଙ୍କୁ ଫ୍ୟାମିଲି ପେନସନ ବା ପରିବାର ପେନସନ ପାଇଁ ନୋମିନି ଭାବେ ରଖିପାରିବେ।ଏଥିପାଇଁ ମନ୍ତ୍ରଣାଳୟ ପେନସନ୍ ନିୟମରେ ଆବଶ୍ୟକୀୟ ସଂଶୋଧନ ଆଣିଛି । କେନ୍ଦ୍ରୀୟ ସିଭିଲ ସେବା ନିୟମ ଅନୁଯାୟୀ ସରକାରୀ କର୍ମିଚାରୀ ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପାରିବାରିକ ପେନସନ ଅନୁମତି ରହିଛି । କିନ୍ତୁ ନୂଆ ନିୟମ ଅନୁଯାୟୀ ଜଣେ ମହିଳା କର୍ମଚାରୀ ପରିବାର ପେନସନ ପାଇଁ ସ୍ୱାମୀଙ୍କ ବଦଳରେ ପିଲାମାନଙ୍କୁ ବାଛିପାରିବେ । ଏନେଇ କେନ୍ଦ୍ର ପେନସନ୍ ଏବଂ ପେନସନ୍ ଭୋଗୀ କଲ୍ୟାଣ ବିଭାଗ ବିଭାଗର ସଚିବ ଭି ଶ୍ରୀନିବାସ କହିଛନ୍ତି ଯେ ଏହି ସଂଶୋଧନ ସମସ୍ତ କ୍ଷେତ୍ରରେ ଜଣେ କେନ୍ଦ୍ରୀୟ ମହିଳା କର୍ମଚାରୀଙ୍କୁ ନୋମିନି ଟୟନ ପାଇଁ ଅନୁମତି ଦେବ ।
Related Posts
ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ,୨ ପାଇଲଟ୍ ମୃତ
ଆସାମରେ ବାୟୁସେନାର ସୁଖୋଇ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ । ସୁଖୋଇ (Su-30MKI) ଯୁଦ୍ଧବିମାନ କାଲି ସନ୍ଧ୍ୟାରେ ଆସାମରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।…
୫୦ ବର୍ଷୀୟ ମହିଳାଙ୍କୁ ୬ ଖଣ୍ଡ କରି କାଟି ବସ୍ତାରେ ଲୁଚାଇଥିଲା ଅଭିଯୁକ୍ତ
୫୦ ବର୍ଷୀୟା ଅନୀତା ଚୌଧୁରୀଙ୍କୁ ୬ ଖଣ୍ଡ କରି କାଟିବା ପରେ ଏକ ପ୍ଲାଷ୍ଟିକ ବ୍ୟାଗରେ ଭରି ଘର ପାଖରେ…
‘ଗ୍ରାମୋଦୟ’ ନକ୍ସଲବାଦ ଶେଷ କରିବ, ମିଳିବ ସରକାରୀ ସୁବିଧା
ରାଜ୍ୟରୁ ଶେଷ ହେବ ନକ୍ସଲବାଦ। ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ।…

