ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଂଚିଛି । ଖୁବଶୀଘ୍ର ଏହାର ଲୋକାର୍ପଣ କରାଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ।
ସମଲେଇ ପ୍ରକଳ୍ପ ଲୋକାର୍ପଣ ସମୟରେ ପଶ୍ଚିମ ଓଡିଶାର ସବୁ ଜିଲ୍ଲାର ପ୍ରମୁଖ ମନ୍ଦିରଗୁଡ଼ିକୁ ନିମନ୍ତ୍ରଣ କରାଯିବ । ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ ନେବା ପରେ ଏହା ଥିଲା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଥମ ବୈଠକ ।

ଆଗାମୀ ଦିନରେ ଦଳକୁ ପଶ୍ଚିମ ଓଡିଶାରେ କିଭଳି ଅଧିକ ସୁଦୃଢ ଓ ସକ୍ରିୟ କରାଯାଇପାରିବ ସେନେଇ ବୈଠକରେ ବିଷଦ ଭାବେ ଆଲୋଚନା ହୋଇଛି । ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା
ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀଙ୍କ ସମେତ ଦଳର ବହୁ ବିଧାୟକ, ନେତା ଓ କର୍ମୀ ଯୋଗ ଦେଇଥିଲେ । ବୈଠକରେ ଦଳର ସାଂଗଠନିକ କାର୍ଯ୍ୟକ୍ରମ ସହ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନେଇ ମଧ୍ୟ ଆଲୋଚନା ହୋଇଛି ।

