କାହାକୁ ବିବାହ କରିବେ ରକୁଲ୍ ପ୍ରୀତ୍ ?

କିଛି ଦିନ ହେବ ମ୍ୟାରେଜକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ ବିୟୁଟି ରକୁଲ୍‌ ପ୍ରୀତ୍ ସିଂହ ଓ ନିର୍ଦ୍ଦେଶକ ତଥା ଆକ୍ଟର ଜ୍ୟାକି ଭାଗ୍‌ନାନୀ । କିନ୍ତୁ ଏବେ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଖୁବଶୀଘ୍ର ରକୁଲ ନିଜ ବୟଫ୍ରଣ୍ତ  ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭାଗ୍‌ନାନୀଙ୍କୁ ବିବାହ କରିପାରନ୍ତି ବୋଲି ଖବର ସାମ୍ନାକୁ ଆସିଛି । ଆସନ୍ତା ଫେବ୍ରୁଆରି ୨୨ରେ ଉଭୟ ଗୋଆରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଗତ ୨ ତାରିଖ ଦିନ ଉଭୟ ନୂଆବର୍ଷ ପାଳନ କରି ମୁମ୍ବାଇ ଫେରିଥିଲେ। ଉଭୟଙ୍କୁ ମୁମ୍ବାଇ ବିମାନ ବନ୍ଦର‌ରେ ସ୍ପଟ୍ କରାଯାଇଥିଲା । ଗତ ୨୫ ତାରିଖରେ ଜ୍ୟାକିଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିଲେ ରକୁଲ୍। ଏନେଇ ଅଭିନେତ୍ରୀ ଲେଖିଥିଲେ, ‘ଏକାଠି ରହିବା, ଦୁଃସାହସିକ କାର୍ଯ୍ୟ କରିବା, ବୁଲିବା ଓ ହସିବା ପ୍ରତିଟି ମୂହୂର୍ତ୍ତରେ ସାଙ୍ଗରେ ରହିବା ଭଳି ମୁହୂର୍ତ୍ତମାନ ସମ୍ପର୍କରେ ସୋସିଆଲ ମିଡିଆରେ  ଲେଖିଥିଲେ।ଉଭୟ ୨୦୨୧ରୁ ପ୍ରେମ ବନନ୍ଧରେ ବାନ୍ଧି ହୋଇଛନ୍ତି । ନିଜର ବିବାହ ସହ ଅପକମିଂ ଫିଲ୍ମ ‘ଆୟାଲ୍ଲାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ରକୁଲ ।  ଏହା ହେଉଛି ତାମିଲ ସାଇନ୍ସ -ଫିକ୍‌ସନ) ଚଳଚ୍ଚିତ୍ର।

 

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!