T20 ସିରିଜ ଆଜିଠୁ ଆରମ୍ଭ

ଭାରତ-ଆଫଗାନିସ୍ତାନ ଟି-ଟ୍ବେଣ୍ଟି ସିରିଜ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ୩ ଟିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ମୋହାଲିରେ ଖେଳାଯିବ । ସନ୍ଧ୍ୟା ୭ଟାରେ ମ୍ୟାଚ ଅନୁଷ୍ଠିତ ହେବ  । ୧୪ ମାସ ପରେ ଟି-ଟ୍ବେଣ୍ଟି ଅଧିନାୟକ ଭାବେ ପଡ଼ିଆକୁ ଓହ୍ଲାଇବେ ରୋହିତ ଶର୍ମା  । ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ବାଦ ପଡ଼ିଥିବାବେଳେ ବିରାଟ କୋହଲି, ଶୁଭମନ ଗିଲ, ଜୟଶ୍ବାଲ ଟପ ଅର୍ଡରରେ ରହିଛନ୍ତି । ସେହିପରି ସଞ୍ଜୁ ସାମସନ, ଜିତେଶ ବର୍ମା, ତିଲକ ବର୍ମା, ରିଙ୍କୁ ସିଂ ସାମିଲ ଅଛନ୍ତି  । ବୁମରା, ସିରାଜ, ଜାଡେଜା, କେଏଲ ରାହୁଲ , ଶ୍ରେୟର ଆୟାର ଦଳରେ ସ୍ଥାନ ପାଇନାହାନ୍ତି  । ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ସହିତ ଆରମ୍ଭରୁ ସିରିଜକୁ ନିଜ ଅଧିନକୁ ନେବାକୁ ଆଶା ରଖିଛି ଭାରତ  । ସେପଟେ ଭାରତକୁ ଜବାବ ଦେବାକୁ ଭ୍ରମଣକାରୀ ଦଳ ଆଫଗାନିସ୍ତାନ ସ୍ବତନ୍ତ୍ର ରଣନୀତି କରିଛି  ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!