() ପଣ୍ୟବାହୀ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ୍ ବିଶାଖାପାଟନମ। ଆରବ ସାଗରକୁ ସଂଲଗ୍ନ କରୁଥିବା ଗଲ୍ଫ ଅଫ୍ ଏଡେନରେ ଡ୍ରୋନ ଆକ୍ରମଣର ଶିକାର ଏକ ପଣ୍ୟବାହୀ ଜାହାଜକୁ ଉଦ୍ଧାର କରିଛି ଆଇଏନଏସ ବିଶାଖାପାଟନମ । ଗତକାଲି ମଧ୍ୟରାତ୍ରୀରେ ଭାରତୀୟ ନୌସେନାକୁ ସମୁଦ୍ର ମଧ୍ୟରୁ ଏକ ମାଲବାହୀ ଜାହାଜରୁ କଲ୍ ଆସିଥିଲା । ଡ୍ରୋନ ଆକ୍ରମଣର ଶିକାର ହୋଇଥିବା କହି ଉଦ୍ଧାର କରିବାକୁ ଏସଓଏସ ମେସେଜ୍ ପଠାଇଥିଲା ଏହି ଜାହାଜ । ଏହି ବାର୍ତ୍ତା ପାଇବା ପରେ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା ଭାରତୀୟ ନୌସେନା। ଉଦ୍ଧାରକାର୍ୟ୍ୟରେ ଆଇଏନଏସ ବିଖଶାଖାପାଟନମକୁ ନିୟୋଜିତ କରାଯାଇଥିଲା। ପଣ୍ୟବାହୀ ଜାହାଜ ନିକଟରେ ପହଞ୍ଚି ଉଦ୍ଧାର କରିଛି ଆଇଏନଏସ ବିଶାଖାପାଟନମ। ଆକ୍ରମଣର ଶିକାର ପଣ୍ୟବାହୀ ଜାହାଜରେ ୯ ଭାରତୀୟ ନାବିକଙ୍କ ସହ ମୋଟ ୨୨ ଜଣ କର୍ମକର୍ତ୍ତା ଥିଲେ । ଏମଭି ଜେନକୋ ପିକାର୍ଡି ନାମକ ଏହି ଜାହାଜ ଆମେରିକାର ବୋଲି ଜଣାପଡିଛି । ଡ୍ରୋନ ଆକ୍ରମଣରେ ବିସ୍ଫୋରଣ ଘଟିବା ସହ ପଣ୍ୟବାହୀ ଜାହାଜ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। କିଛି ଦିନ ତଳେ ଗଲ୍ଫ ସମୁଦ୍ରରେ ଲାଇବେରିଆର ଏକ ଜାହାଜକୁ ଉଦ୍ଧାର କରିଥିଲା ଭାରତୀୟ ନୌସେନା ।…


