ଇରାନ-ପାକିସ୍ତାନ ଟେନସନ

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ପାକିସ୍ତାନ ଓ ଇରାନ ମଧ୍ୟରେ ଟକ୍କର । ଇଟାର ଜବାବ ପଥରରେ । ପାକିସ୍ତାନର ବାଲୁଚିସ୍ତାନ ଅନ୍ତର୍ଗତ  ଜୈଶ-ଏ-ଅଦଲର ଶିବିର ଉପରେ ଇରାନ ଆକ୍ରମଣର ଜବାବ ଦେଇଛି ପାକିସ୍ତାନ । ସିସ୍ତାନ-ଓ-ବାଲୁଚିସ୍ତାନ ଅଂଚଳରେ ବାୟୁସେନା ବିମାନ, ରକେଟ, ମାନବବିହୀନ ବିମାନ, କିଲର ଡ୍ରୋନ ଜରିଆରେ ହମଲା । ଇରାନର ଆକ୍ରମଣକୁ ନିଜର ସାର୍ବଭୌମତ୍ବ ଉପରେ ହମଲା ବୋଲି କହିଥିଲା ପାକିସ୍ତାନ ।

ମର୍ଗ ବାର୍ ସର୍ମାଚର ଗୁଇନ୍ଦାଭିତ୍ତିକ ଅପରେସନରେ ପ୍ରାଣ ହରାଇଛନ୍ତି ୧୧ ଜଣ । ବାଲୋଚିସ୍ତାନ ଲିବରେସନ ଫ୍ରଣ୍ଟ ଓ ବାଲୋଚିସ୍ତାନ ଲିବରେସନ ଆର୍ମିର ଆଡ୍ଡାସ୍ଥଳୀ ଉପରେ ପାକିସ୍ତାନ କରିଛି ଟାର୍ଗେଟ । ପାକିସ୍ତାନରୁ ଉତ୍ପତ୍ତି ଲାଭ କରିଥିବା ଆତଙ୍କୀ ଅର୍ଥାତ ସର୍ମାଚରଙ୍କୁ ଇରାନ ଆଶ୍ରୟ ଦେଉଥିବା ଅଭିଯୋଗ କରିଛି ପାକିସ୍ତାନ । ମଙ୍ଗଳବାର ଇରାକର ଏରବିଲରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ସ୍ପାଏ ବେସ ଏବଂ ସିରିଆର ଇରାନବିରୋଧୀ ଗୋଷ୍ଠୀ ଉପରେ ଇରାନ କରିଥିଲା ହମଲା ।କାହିଁକି ଜୈସ ସଂଗଠନକୁ ନେଇ ଇରାନ ଓ ପାକିସ୍ତାନ ମଧ୍ୟରେ ଚାଲିଛି ଟେନସନ । ଆଫଗାନିସ୍ତାନ, ଇରାନ ସହ ସୀମାକୁ ଲାଗିଛି ପାକିସ୍ତାନ । ଇରାନ ସିହାବହୁଳ ହୋଇଥିବାବେଳେ ଆଫଗାନିସ୍ତାନ ଓ ପାକିସ୍ତାନ ସୁନ୍ନୀବହୁଳ ରାଷ୍ଟ୍ର । ଜୈସ ଅଲ-ଆଦଲ ସଂଗଠନ ଏକ ସୁନ୍ନୀ ବାଲୁଚ ଆତଙ୍କୀ ସଂଗଠନ । ବିଗତ ୨୦୧୨ରେ ସୁନ୍ନି ଆତଙ୍କବାଦୀ ସଂଗଠନ ଜୈସ ଉଲ ଆଦଲ ବା ଆର୍ମି ଅଫ ଜଷ୍ଟିସ ଗଠିତ ହୋଇଥିଲା ।

ଇରାନ ଓ ପାକିସ୍ତାନର ସୀମା ୯୦୪ କିଲୋମିଟର ହୋଇଥିବାବେଳେ ଡ୍ରଗ ଟ୍ରାଫିକିଂ ଓ ଆତଙ୍କବାଦରେ ଜର୍ଜରିତ ରହିଛି ଏହି ସୀମା । ବାଲୋଚିସ୍ତାନ ଉଭୟ ଇରାନ ଓ ପାକିସ୍ତାନ ସୀମାକୁ ସ୍ପର୍ଶ କରିଛି । ଆମେରିକା ଓ ଇରାନ ଦ୍ବାରା ଜୈସ ସଂଗଠନକୁ ସୁନ୍ନୀ ଆତଙ୍କୀ ସଂଗଠନ ଘୋଷିତ ହୋଇସାରିଛି । ଦକ୍ଷିଣ-ପୂର୍ବ ଇରାନରେ ଅନେକ ଆକ୍ରମଣ କରିଛି ଜୈସ ସଂଗଠନ । ୨୦୧୩ରୁ ଇରାନରେ ହତ୍ୟା, ପଣବନ୍ଦୀ, ଅପହରଣ, ଆକ୍ରମଣ ଆଦି ହିଂସା ଘଟାଇଆସିଛି ଜୈସ ।୨୦୧୩ ଅକ୍ଟୋବରରେ ୧୪ ଇରାନୀୟ ଗାର୍ଡଙ୍କୁ କରିଥିଲା ହତ୍ୟା ।ଆକ୍ରମଣକୁ ବିରୋଧ କରି ଇରାନରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କୁ ଫେରାଇଆଣିବା ଲାଗି ପାକିସ୍ତାନ ନିର୍ଦ୍ଦେଶ ଦେଇଛି । ସେପଟେ ଇରାନ ଉପରେ ଦୋଷ ଲଦିଛି ଆମେରିକା । ବିରତ ରହିବା ଲାଗି ଇରାନ ଓ ପାକିସ୍ତାନକୁ ଚୀନ ପରାମର୍ଶ ଦେଇଥିବାବେଳେ ଏହା ଦ୍ବିପାକ୍ଷିକ ବ୍ୟାପାର ବୋଲି କହିଛି ଭାରତ ।

Post Views25 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!