ଗୋପୀନାଥ କୁଅଁରଙ୍କୁ ପୁରୀ ଉପଜିଲ୍ଲାପାଳ ଦାୟିତ୍ଵ

ବରିଷ୍ଠ ଓଏଏସ୍‌‌ ସୂର୍ଯ୍ୟନାରାୟଣ ଦାସ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ବୁଧବାର ରାଜ୍ୟ ସରକାର ଓଏଏସ୍‌‌ ସ୍ତରରେ ଅଦଳବଦଳ କରି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଥିବା ଶ୍ରୀ ଦାସଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।

ସେହିପରି ନୟାଗଡ଼ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ସୁଚାରୁ କୁମାର ବଳଙ୍କୁ ଭକ୍ତ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଥିବା ଲମ୍ବୋଦର ଧାରୁଆଙ୍କୁ ନୂଆପଡ଼ା ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।

ସେହିପରି ଯାଜପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କୁ ପୁରୀ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କୁ ଭଦ୍ରକ ସିଡିଏମଓ ଅଫିସର ପ୍ରଶାସନିକ ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଡେପୁଟି ପ୍ରଶାସକ ଭାବେ ନିଯୁକ୍ତି ମିଳିଛି। ସେହିପରି ବଲାଙ୍ଗିର ତହସିଲଦାର ଅମିତ କୁମାର ନାୟକଙ୍କୁ ପାଟଣାଗଡ଼ ଉପଜିଲ୍ଲାପାଳ ଭାବେ ବଦଳି କାରଯାଇଛି।

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!