କନ୍ଧମାଳ ହଳଦୀକୁ ‘ଓଡିଓପି’ ପୁରସ୍କାର

ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ କନ୍ଧମାଳ ହଳଦୀକୁ ଓଡିଓପି ପୁରସ୍କାର ମିଳିଛି। କନ୍ଧମାଳ ହଳଦୀ ଦେଶରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପାଇଛି। ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଉତ୍ପାଦକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଥିବାରୁ ଏହା କନ୍ଧମାଳ ଜିଲ୍ଲା ସମେତ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ଏହି ପୁରସ୍କାର ପାଇଁ ସମଗ୍ର ଦେଶର ୫୩୮ଟି ଜିଲ୍ଲାରୁ ସ୍ବତନ୍ତ୍ର ଉତ୍ପାଦମାନ ଭାଗ ନେଇଥିଲେ।

କୃଷି ବର୍ଗରେ ଆରକୁ କଫି ନିମନ୍ତେ ଆନ୍ଧ୍ର ପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାକୁ ପ୍ରଥମ ପୁରସ୍କାର ପାଇଁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାକୁ ‘ରେଡ୍ ରାଇସ୍’ ନିମନ୍ତେ ଦ୍ବିତୀୟ ପୁରସ୍କାର ପାଇଁ ରୌପ୍ୟପଦକ ମିଳିଛି।

ସେଓ ଉତ୍ପାଦନ ନିମନ୍ତେ ଜମ୍ମୁ-କଶ୍ମୀରର ସୋଫିଆନ ଜିଲ୍ଲା ଏବଂ ହଳଦୀ ନିମନ୍ତେ ଓଡ଼ିଶାର କନ୍ଧମାଳ ଜିଲ୍ଲାକୁ ତୃତୀୟ ପୁରସ୍କାର ଭାବେ କାଂସ୍ୟ ପଦକ ମିଳିଛି। କେନ୍ଦ୍ର ସରକାରଙ୍କ ବହିଃବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!