ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କର ଦେହାନ୍ତ ହୋଇଛି । ସର୍ଭାଇକାଲ କ୍ୟାନସରରେ ପୀଡିତ ପୁନମଙ୍କର ଦେହାନ୍ତ ହୋଇଥିବା ତାଙ୍କ ମ୍ୟାନେଜର ଜଣାଇଛନ୍ତି। ପୁନମଙ୍କ ଭେରିଫାଇଡ୍ ଇନଷ୍ଟା ଆକାଉଣ୍ଟରେ ଏବାବଦରେ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ହୋଇଥିଲା । କାନପୁର ଥିବା ବାସଭବନରେ ପୁନମ ଅନ୍ତିମ ନିଶ୍ୱାସ ନେଇଥିଲେ । ପୁନମ ପାଣ୍ଡେଙ୍କ ଟିମ୍ ଦେଇଥିବା ସୂଚନା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କାନପୁରରେ ହେବ।
ପୁନମଙ୍କ ଭେରିଫାଇଡ୍ ଆକାଉଣ୍ଟରେ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଆଜିର ସକାଳ ଆମ ପାଇଁ କଠିନ ଏବଂ ଦୁଃଖଦ ଥିଲା । ଆମେ ଆମର ପୁନମଙ୍କୁ ସର୍ଭାଇକାଲ କ୍ୟାନସର ଯୋଗୁଁ ହରାଇଛୁ। ବିଶ୍ବ କ୍ଯାନସର ଦିବସର ଦିନକ ପୂର୍ବରୁ କ୍ଯାନସରରେ ଆଖି ବୁଜିଲେ ପୁନମ।ସୂଚନାଯୋଗ୍ୟ ଯେ, ପୁନମ ୨୦୧୩ ମସିହାରେ ‘ନଶା’ ଫିଲ୍ମ ଜରିଆରେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ରିୟାଲିଟି ଶୋ ‘ଲକ ଅପ୍’ ସେ ପ୍ରଶଂସା ସାଉଁଟିଥିଲେ ।

