ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ ଓ ବିମାନର ଯନ୍ତ୍ରାଂଶ। ଏଥିପାଇଁ ରାଜ୍ୟ ସରକାରଙ୍କ ସହ କଲ୍ୟାଣ ଷ୍ଟିଲ ସହ ଏମଓୟୁ ସ୍ବାକ୍ଷରିତ। ଲୋକସେବା ଭବନର କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମଓୟୁ ସ୍ବାକ୍ଷର ହୋଇଛି । ଢେଙ୍କାନାଳ ଜିଲ୍ଲାର ଗଜମରାରେ ହେବ ପ୍ରକଳ୍ପ। ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଛି। ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରକଳ୍ପ କାମ। ୨୪ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ହେବ ପୁଞ୍ଜିନିବେଶ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୭୫୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହାଦ୍ୱାରା ୧୦ ହଜାର କର୍ମନିଯୁକ୍ତି ସୃଷ୍ଟି ହେବ।


