୩୧ ମାର୍ଚ୍ଚ ରବିବାର ବ୍ଯାଙ୍କ ଖୋଲା

ଆସନ୍ତା ମାର୍ଚ୍ଚ ୩୧ ତାରିଖ ରବିବାର ଖୋଲା ରହିବ ଦେଶର ସମସ୍ତ ବ୍ଯାଙ୍କ। ରିଜର୍ଭ ବ୍ଯାଙ୍କ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଳିତ ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ସମସ୍ତ ବ୍ଯାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛି ଆରବିଆଇ। ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ଆରବିଆଇ କର୍ତ୍ତୃପକ୍ଷ। ୩୧ ମାର୍ଚ୍ଚ ରବିବାର ହୋଇଥିବା ସର୍ତ୍ତେ ଏହି ଦିନ ସମସ୍ତ ବ୍ଯାଙ୍କ ଖୋଲା ରହିବ ବୋଲି ସୂଚନା ଦେଇଛି ଆରବିଆଇ। ୩୧ ମାର୍ଚ୍ଚ ଚଳିତ ଆର୍ଥିକ ବର୍ଷର ବାର୍ଷିକ କ୍ଲୋଜିଂ ଦିବସ। ଏଥିଲାଗି ସମସ୍ତ ବ୍ଯାଙ୍କ ଖୋଲା ରହିବ।

ଚଳିତ ଆର୍ଥିକ ବର୍ଷର ଶେଷ ଦିନ ସୁଦ୍ଧା ବର୍ଷତମାମ ହୋଇଥିବା ସମସ୍ତ କାରବାରର ସୂଚନା ଲିପିବଦ୍ଧ ହେବା ଆବଶ୍ୟକ। ଏଥିଲାଗି ସମସ୍ତ ବ୍ଯାଙ୍କକୁ କାମ କରିବାକୁ କୁହାଯାଇଛି। ୩୧ ମାର୍ଚ୍ଚ ରବିବାର ଦିନ ଅନ୍ୟ ଦିନ ଭଳି ନିୟମିତ କାର୍ଯ୍ୟ ସମୟରେ ଖୋଲିବ ସମସ୍ତ ବ୍ଯାଙ୍କର ଶାଖା।ଏହାସହ NEFT ଏବଂ RTGS କାରବାର ମଧ୍ୟ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ। ଏହାବାଦ ସରକାରୀ ଚେକ୍ କ୍ଲିଅରାନ୍ସ ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ। ଏହା ପୂର୍ବରୁ ଆୟକର ବିଭାଗ ମଧ୍ୟ ସମସ୍ତ ଅଫିସ ଖୋଲା ରଖିବାକୁ ନିଷ୍ପତ୍ତି ନେଇଥିଲା। ବିଭାଗ ପକ୍ଷରୁ ୨୯ ତାରିଖ ଦିନ ପଡୁଥିବା ଗୁଡ୍ ଫ୍ରାଇଡେ, ୩୦ ତାରିଖ ଶନିବାର ଏବଂ ୩୧ ତାରିଖ ରବିବାର ଛୁଟି ରଦ୍ଦ କରିଥିଲେ। ଆର୍ଥିକ ବର୍ଷର ଶେଷ ୩ ଦିନ ଛୁଟି ପଡୁଥିବାରୁ ଏହି ୩ ଦିନ ଛୁଟି ରଦ୍ଦ କରିଛି ଆୟକର ବିଭାଗ।..

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!