ଓଡ଼ିଶାର ଆଉ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, କଟକରୁ ଲଢ଼ିବେ ଭର୍ତ୍ତୃହରି

ଲୋକସଭା ନିର୍ବାଚନ ପାଇଁ ବିଜେପି ଓଡ଼ିଶାରେ ବାକି ଥିବା ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଯାଜପୁର, କନ୍ଧମାଳ ଓ କଟକ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଯାଜପୁରରୁ ରବିନ୍ଦ୍ର ନାରାୟଣ, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ଓ କଟକରୁ ଲଢିବେ ଭର୍ତ୍ତୃହରି ମହତାବ । ତେବେ ଏହି ଲୋକସଭା ଆସନ ସହ ବିଜେପି ରାଜ୍ୟରେ ସମସ୍ତ ୨୧ ଲୋକସଭା ଆସନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିସାରିଛି ।

ପୂର୍ବରୁ ବିଜେପି ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହି କ୍ରମରେ ବିଜେପି ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ପାଇଁ ଅପରାଜିତା ଷଡ଼ଙ୍ଗୀ ଓ ବ୍ରହ୍ମପୁର ପାଇଁ ପ୍ରଦୀପ ପାଣିଗ୍ରାହୀ,  କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ବଲାଙ୍ଗୀରରୁ ସଂଗୀତା ସିଂହଦେଓ, ଜଗତସିଂହପୁରରୁ ବିଭୂ ପ୍ରସାଦ ତରାଇ, ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେନ୍ଦୁଝରରୁ ଅନନ୍ତ ନାଏକ, ମୟୂରଭଞ୍ଜରୁ ନବଚରଣ ମାଝୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଆସିକାରୁ ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, କୋରାପୁଟରୁ କାଳୀରାମ ମାଝୀଙ୍କୁ ଦଳ ଟିକେଟ ଦେଇଛି।

Post Views72 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!