ଏଥର ବିଜେଡିର ନୂଆ ରଣନୀତି । ପ୍ରାର୍ଥୀ ତାଲିକାରେ ୧୧ ନୂଆ ମୁହଁ, ଅଧିକାଂଶ ବରିଷ୍ଠ ନେତାଙ୍କୁ ରିପିଟ୍ କରିଛି ଦଳ । ସେପଟେ ନିର୍ବାଚନ ରଣାଙ୍ଗନା କ୍ଷେତ୍ରକୁ ବାହାରିବେ ଲତିକା ନାୟକ । ଭବାନୀପଟଣା ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ଶ୍ରୀମତୀ ଲତିକା ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି । ବିଜେଡିରୁ ଟିକେଟ ପାଇବା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି ବିଜେଡି ନେତା ଲତିକା ନାୟକ।ଏହାସହ ସେ ଭି କେ ପାଣ୍ଡଆନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।
ଲଳିତା ନାଏକ ଭବାନୀପାଟଣା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ପତ୍ନୀ ହୋଇଥିବା ବେଳେ ୨୦୦୮ ମସିହାରୁ ୨୦୧୩ ପର୍ଯ୍ୟନ୍ତ କଂଗ୍ରେସ ରୁ ଭବାନୀପାଟଣା ପୌର ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ୨୦୧୯ ମସିହାରେ ବିଜେଡି ରେ ନିଜ ସ୍ଵାମୀ ଦୁଷ୍ମନ୍ତ ନାଏକ ବିଜେଡିରେ ଯୋଗଦାନ ଦେଇଥିଲେ। ନିଜ ସାଂଗଠାନିକ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହି ପରବର୍ତ୍ତୀ ସମୟରେ ବିଜୁ ମହିଳା ଜନତା ଦଳ ର ଜିଲ୍ଲା ସଭାନେଟ୍ରି ଭାବରେ କାର୍ଯ୍ୟ କରି ଆସୁଥିବା ବେଳେ ଚଳିତ ନିର୍ବାଚନ ସମୟରେ ବିଜେଡି ରୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି।
ସେ ଭବାନୀପାଟଣାର ବିକାଶକୁ ମୁଦ୍ଦା ଭାବରେ ରଖିଛନ୍ତି । ଲତିକା କହିଛନ୍ତି ମହିଳା ବିଧାୟିକା ପ୍ରାର୍ଥୀ ଭାବରେ ଭବାନୀପାଟଣାର ଯାହା ବି ସମସ୍ୟା ଅଛି ସେ ପୁରଣ କରିବେ ।ଏହାମଧ୍ୟ କହିଛନ୍ତି ସେ ବିପୁଳ ଭୋଟର୍ ଜିତିବେ ।

