ପ୍ରଚାର ମଇଦାନରେ ଏକ୍ସଙ୍କ ଲଢେଇ

ବର୍ଷାଙ୍କ ବିଜେଡିର ଯୋଗଦାନ ଏଇଥିପାଇଁ ଚର୍ଚ୍ଚାରେ, କାରଣ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସେ ବିଜେିପିର ବିଧାୟକ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେଣୁ ପ୍ରଚାର ମୈଦାନରେ ବର୍ଷା ଏବଂ ଅନୁଭବ ମୁହାଁମୁହିଁ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଏହି ସଫଳ ଅଭିନେତ୍ରୀ ରାଜନୀତିରେ ନିଜର ଭୂମିକା କିଭଳି ରହିବ ତା ଉପରେ ସମସ୍ତଙ୍କ ନଜର ।

ତେବେ ନବୀନଙ୍କ ଫ୍ୟାନ୍ ଏବଂ ବିଜେଡିର ବିଚାରଧାରାରେ ଅନୁପ୍ରଣିତ ବୋଲି ଅନେକ ସମୟରେ କହି ଆସୁଥିବା ବର୍ଷା ପ୍ରିୟଦର୍ଶିନୀ ଏବେ ବିଧିବଦ୍ଧ ଭାବେ ଅଭିନେତ୍ରୀରୁ ନେତ୍ରୀ ପାଲଟି ଯାଇଛନ୍ତି । ଆଉ ରାଜନୀତିର ରଣକ୍ଷେତ୍ରରେ ଓହ୍ଲାଇବା ପାଇଁ ବର୍ଷା ବାଛିଛନ୍ତି ବିଜୁ ଜନତା ଦଳ ।
ଅଭିନୟରୁ ରାଜନୀତିକୁ ଆସିବେ ବର୍ଷା ଏବଂ ରାଜନୀତିରେ ଥିବା ଅଭିନେତା, ଅନୁଭବ ମହାନ୍ତିଙ୍କ କଥା ନଆସିବ ତାହା ହୁଏତ ସମ୍ଭବ ନୁହେଁ । ବର୍ଷା-ଅନୁଭବଙ୍କ ଦାମ୍ପତ୍ୟ ଜୀବନରେ ଆସିଥିବା ଝଡ଼, କେବଳ ପାରପାରିକ ସମ୍ପର୍କ କାହିଁକି ସାମାଜିକ ଜୀବନରେ ବି ବିବାଦ ସୃଷ୍ଟି କରିଥିଲା । ଏଭଳି ଏକ ସମୟରେ ଯେତେବେଳେ ବିଜେଡି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବର୍ଷା, ସାମ୍ନାରେ ପ୍ରତିପକ୍ଷ ଦଳରେ ଥିବା ଅନୁଭବଙ୍କ ସହ ମୁହାମୁହୁଁ ବି ହୋଇପାରନ୍ତି ।

• କେବଳ ପ୍ରଚାର କରିବେ ନା’ ନିର୍ବାଚନ ଲଢ଼ିବେ?
• ୨୪ ଲଢ଼େଇରେ ମୈଦାନକୁ ଓହ୍ଲାଇବେ କି ବର୍ଷା?
୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରିଥିଲେ ବର୍ଷା, ୨୦୧୭ ପଞ୍ଚାୟତ ନିର୍ବାଚନରେ ବି ବିଜେଡି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଥିଲେ । କିନ୍ତୁ ଏଥର ମୈଦାନକୁ ପ୍ରାର୍ଥୀ ଭବେ ଓହ୍ଲାଇବେ କି ତାକୁ ନେଇ ଚର୍ଚ୍ଚା ହେଉଛି । କାରଣ ଏବେ ସେ କେବଳ ତାରକା କିମ୍ବା ଅଭିନେତ୍ରୀ ନୁହଁନ୍ତି ବରଂ ବିଜେଡି ଦଳର ନେତ୍ରୀ ।
ଅରିନ୍ଦମ ରାୟ, ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର ଏବଂ ଆକାଶ ଦାସ ନାୟକଙ୍କ ଭଳି ଓଲିଉଡର ବଡ଼ ବଡ଼ ତାରକା ବିଜେଡି ଛାଡ଼ି ଏବେ ବିଜେପି ଅଛନ୍ତି । ଏଭଳି ସ୍ଥିତିରେ ବିଜେଡି ଷ୍ଟାର ପାୱାରକୁ ମଜବୁତ କରିବା ପାଇଁ ନିକଟରେ ବାବୁସାନ, ଅମ୍ଳାନଙ୍କ ଭଳି ବଡ଼ ବଡ଼ ତାରକାକୁ ନବୀନ ନିବାସକୁ ଡାକିଥିବା ଚର୍ଚ୍ଚା ହୋଇଥିଲା । ଆଉ ଏବେ ବର୍ଷାଙ୍କୁ ବିଜେଡିରେ ସାମିଲ କରି ତାରକା ଶକ୍ତିର ସମନ୍ୱୟ ଆଣିବାକୁ ଉଦ୍ୟମ କରୁଥିବା କୁହାଯାଉଛି ।

ନିମକୀ: ନିମପୁରରୁ ନବୀନ ନିବାସ ଏବଂ ବିଜୟିନୀ ଭଳି ସିନେମା କରି ପରଦାରେ ସାମାଜିକ ସଂସ୍କାର ଆଣିବାକୁ ପ୍ରାୟସ କରୁଥିବା ଅଭିନେତ୍ରୀ ବର୍ଷା, ରାଜନୀତିର ଲଢ଼େଇରେ କେଉଁ ଭଳି ଢ଼ଙ୍ଗରେ ନଜର ଆସୁଛନ୍ତି ଦେଖିବାକୁ ବାକି ରହିଲା ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!