ବରୀରେ ଖୁସି ମନାଇଲେ ସମର୍ଥକ

ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଟିକେଟ କଟିଛି। ବରୀ ଆସନରୁ ବିଜେଡି ପ୍ରାର୍ଥୀ ରୂପେ ବିଶ୍ବରଞ୍ଜନ ମଲ୍ଲିକଙ୍କ ନାମ ଘୋଷଣା କରାଯାଇଛି। ୨୦୧୯ ନିର୍ବାଚନ ପୂର୍ବରୁ ବିଶ୍ବରଞ୍ଜନ ଓ ସୁନନ୍ଦା ଉଭୟ ବିଜେପିରେ ରହିଥିଲେ। ବିଶ୍ବରଞ୍ଜନ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ସୁନନ୍ଦା ଦଳ ବଦଳାଇ ୨୦୧୯ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ଫଳରେ ବିଶ୍ବରଞ୍ଜନ ୪,୦୬୨ ଭୋଟ୍ ବ୍ୟବଧାନରେ ହାରିଥିଲେ।

ଗତ ନିର୍ବାଚନରେ ଏବଂ ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଆସିଥିଲା। ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବରୀକୁ ବିରୋଧ ଶୂନ୍ୟ କରିବାକୁ ଯାଇ ବିଜେଡି ବିଶ୍ବରଞ୍ଜନଙ୍କୁ ଆପଣାଇଥିଲା। ବିଶ୍ବରଞ୍ଜନଙ୍କ ସଫଳ ଗୋଟିଚାଳନା ଯୋଗୁଁ ତାଙ୍କ ଗୋଷ୍ଠୀ ବରୀ ବ୍ଲକ୍ ଅଧ୍ୟକ୍ଷ ପଦବି ହାସଲ କରିଥିଲେ। ବିଶ୍ବରଞ୍ଜନଙ୍କ ଶାଣିତ ରାଜନୀତିକୁ ବିଜେଡି ନେତୃବୃନ୍ଦ ସ୍ବୀକୃତି ଦେଇ ଏଥର ସୁନନ୍ଦାଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରିଛି।

ଅନ୍ୟପକ୍ଷରେ, ପ୍ରାର୍ଥୀ ଘୋଷଣା ପରେ ବିଧାୟିକା ସୁନନ୍ଦା ଦାସ ଓ ତାଙ୍କ ସ୍ବାମୀ ଦେବୁଲ ଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯାଜପୁର ଜିଲ୍ଲାରେ ବିଜେଡି ଗୋଷ୍ଠୀ ବିବାଦର ଶିକାର ହୋଇଛି। ଦଳୀୟ ନେତାଙ୍କ ଚକ୍ରାନ୍ତ ପାଇଁ ଟିକଟ କଟିଲା ବୋଲି ଶ୍ରୀମତୀ ଦାସ ଆଜି ଗଣମାଧ୍ୟମ ସମ୍ମୁଖରେ ସିଧାସଳଖ ଅଭିଯୋଗ କରିଛନ୍ତି। ସମର୍ଥକଙ୍କ ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବରୀ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ଏଯାଏଁ ଘୋଷଣା କରିନାହିଁ। ବିଜେପି ସଙ୍ଗଠନ ଦାୟିତ୍ବ ନେଇଥିବା ଉମେଶ ଜେନା ଓ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ପ୍ରମୁଖ ଦାବିଦାର ଅଛନ୍ତି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!