ନାମାଙ୍କନ ଦାଖଲ କରିବାକୁ ଗଲେ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର

ନାମାଙ୍କନ ଦାଖଲ କରିବାକୁ ସମର୍ଥକଙ୍କ ସହ ଗଲେ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ହଜାର ହଜାର ସମର୍ଥକଙ୍କ ସହ ରୋଡ୍ ସୋ’ କରି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ସମ୍ବିତ ପାତ୍ର । ସାଥୀରେ ଗଲେ ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଆଶ୍ରିତ ପଟ୍ଟନାୟକ ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ ।

ପୁରୀ ଉତରା ଛକ ମା’ ଦୁଲାଦେଇ ପୀଠରୁ ପୂଜାର୍ଚ୍ଚନା କରିବା ପରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ସେହିପରି ବିଜେଡି ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଂଜୟ ଦାସବର୍ମା ମଧ୍ୟ ଆଜି ନାମାଙ୍କନ ଦାଖଲ କରିବେ ।

କଣାସ ବ୍ଲକର ମା’ କୁଜେଶ୍ୱରୀ ପୀଠ, ପଞ୍ଚଶଖା ପୀଠ ଓ ସାକ୍ଷୀଗୋପାଳଙ୍କଠାରୁ ଆଶୀର୍ବାଦ ନେଇ ହଜାର ହଜାର ସମର୍ଥକଙ୍କ ସହ ପୁରୀ ଅଭିମୁଖେ ବାହାରିଛନ୍ତି ସଞ୍ଜୟ ଦାସବର୍ମା ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!