ଘୋଷଣା ହୋଇଛି ବିଜେଡିର ଶେଷ ପ୍ରାର୍ଥୀ ତାଲିକା । ଏହି ୩ଟି ଆସନ ପାଇଁ ପ୍ରାର୍ଥୀମାନେ ବ୍ୟଗ୍ର ଥିବାବେଳେ ୩ଟି ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ଏବଂ ଏହାସହ ଦେବଗଡର ପ୍ରାର୍ଥୀ ବଦଳିଛନ୍ତି ।
ପୂର୍ବରୁ ଦେବଗଡ ପାଇଁ ଅରୁନ୍ଧତୀଙ୍କ ନାଁ ଘୋଷଣା କରାଯାଇଥିବାବେଳେ ଏବେ ଏହାକୁ ବଦଳାଇ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନାଁ ଘୋଷଣା କରିଛି । ଅରୁନ୍ଧତୀଙ୍କ ବଦଳରେ ରୋମାଞ୍ଚଙ୍କ ଉପରେ ଭରସା କରିଛି ଦଳ ।
ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି ।

