ଆସିଚି ଏକଜିଟ୍ ପୋଲ ଆକଳନ, ଜାଣନ୍ତୁ କାହକୁ ମିଳିବ କେତେ ସିଟ୍

 

ଆସିଛି ବୁଥ୍ ବାହୁଡା ମତ, ଆଉ ଏଥର ଏକଜିଟ୍ ପୋଲ ରିପୋର୍ଟରେ ଓଡ଼ିଶାରେ ବିଜେପି ସରକାର ଗଠନ ନେଇ ପୂର୍ବାନୁମାନ କରିଛନ୍ତି ଏକାଧିକ ଜାତୀୟ ସର୍ଭେ ସଂସ୍ଥା । ସେହିପରି ଲୋକସଭା ନିର୍ବାଚନରେ ବିଜେପି ୧୫ରୁ ଅଧିକ ସିଟ୍ ଜିତିବା ନେଇ ଏକାଧିକ ସଂସ୍ଥା ଦାବି କରିଛନ୍ତି । ତେବେ ଏକଜିଟ୍ ପୋଲର ଆକଳନ ଅନୁଯାୟୀ, ଲୋକସଭା ନିର୍ବାଚନରେ ବିଜେପି, ବିଜେଡିଠାରୁ ଆଗରେ ରହିପାରେ । ଅଧିକାଂଶ ଜାତୀୟ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ଅନୁଯାୟୀ ମୋଟ ୨୧ ଆସନ ମଧ୍ୟରୁ ବିଜେଡି ଦୁଇ ଅଙ୍କ ଛୁଇଁନପାରେ ।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଆକଳନ ମୁତାବକ ଓଡିଶାର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡିକୁ କେବଳ ୦ରୁ ୨ଟି ସିଟ୍ ମିଳିପାରେ, ଅନ୍ୟପଟେ ବିଜେପିକୁ ଏଠାରେ ୧୮ରୁ ୨୦ ସିଟ୍ ମିଳିବା ନେଇ ଅନୁମାନ କରିଛି ଏହି ସଂସ୍ଥା । ସେପଟେ ଓଡିଶା କଂଗ୍ରେସ ଏବଂ ଜେଏମଏମ୍ ମେଣ୍ଟକୁ ଗୋଟିଏ କିମ୍ବା କୌଣସି ସିଟ୍ ମିଳିପାନରେ ବୋଲି କୁହାଯାଉଛି । ଆକଳନ ଅନୁଯାୟୀ ଏବିପି-ସି ଭୋଟର ସର୍ଭେରେ ବିଜେଡିକୁ ୧ ରୁ ୩ଟି ସିଟ୍ ମିଳିପାରେ । ସେହିପରି ବିଜେପିକୁ ଓଡିଶାରେ ୧୭ରୁ ୧୯ ସିଟ୍ ଏବଂ କଂଗ୍ରେସକୁ ଶୂନ୍ କିମ୍ବା ଦୁଇଟି ସିଟ୍ ମିଳିପାରେ ବୋଲି ଏବିପି ସି ଭୋଟର ପୂର୍ବାନୁମାନ କରିଛି । ଅନ୍ୟପଟେ ଆଉକିଛି ଜାତୀୟ ଗଣମାଧ୍ୟମ ସଂସ୍ଥାର ଆକଲନ ଅନୁଯାୟୀ ;

ଇଣ୍ଡିଆ ଟିଭି
ବିଜେଡି :୦୪ରୁ ୦୬ ସିଟ୍
ବିଜେପି :୧୫ରୁ ୧୭ ସିଟ୍
କଂଗ୍ରେସ: ୦ ରୁ ୦୧ ସିଟ୍

ଇଣ୍ଡିଆ ନ୍ୟୁଜ୍
ବିଜେଡି : ୦୮ ସିଟ୍
ବିଜେପି : ୧୩ ସିଟ୍
କଂଗ୍ରେସ: ୦ ସିଟ୍

ନ୍ୟୁଜ୍-୨୪
ବିଜେଡି :୦୪ ସିଟ୍
ବିଜେପି: ୧୬ ସିଟ୍
କଂଗ୍ରେସ- ୦୧ ସିଟ୍

ଏନଡିଟିଭି
ବିଜେଡି : ୩ରୁ ୮ ସିଟ୍
ବିଜେପି: ୧୫ ସିଟ୍
କଂଗ୍ରେସ: ୦ ସିଟ୍

ଟାଇମ୍ସ ନାଓ
ବିଜେଡି :୦୮ ସିଟ୍
ବିଜେପି :୧୩ ସିଟ୍
କଂଗ୍ରେସ- ୦ ସିଟ୍

ଜନ କୀ ବାତ୍
ବିଜେଡି: ୩ରୁ ୭ ସିଟ୍
ବିଜେପି: ୧୫ରୁ ୧୮ ସିଟ୍
କଂଗ୍ରେସ: ୦ ସିଟ୍

ଏହି ଅବସରରେ ବିଜେପି ନେତା ନରେନ୍ଦ୍ର ମୋଦି ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ଦେଶବାସୀ ଏନଡିଏ ସରକାର ପୁନଃ ନିର୍ବାଚିତ କରିବା ଲାଗି ବିପୁଳ ସଂଖ୍ୟାରେ ଭୋଟ ଦେଇଛନ୍ତି ତେଣୁ ଏନଡିଏ ତୃତୀୟ ଥର ପାଇଁ ଦେଶରେ ସରକାର ଗଢିବା ନିଶ୍ଚିତ । ଅପରପକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି; ‘ଇଣ୍ଡିଆ’ ମେଣ୍ଟ ୨୯୫ ଆସନରେ ବିଜୟୀ ହେବ ବୋଲି ଦୃଡ଼ୋକ୍ତି ପ୍ରକାଶ କରିଛନ୍ତି ।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!