ପୁରୀରେ ଚନ୍ଦନ ଯାତ୍ରା ବାଣ ବିସ୍ଫୋରଣ ଘଟଣାରେ ପୁରୀ ଯୁବ କଂଗ୍ରେସ ତରଫରୁ ଦାବିପତ୍ର

 

ପୁରୀରେ ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀ ନିକଟ ଦେବୀଘାଟ ଠାରେ ବାଣ ବିସ୍ଫୋରଣ ଘଟଣାରେ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି ।

ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ତରଫରୁ ଜ଼ିଲ୍ଲା ସଭାପତି ଆଲୋକ କୁମାର ଦାଶ ଙ୍କ ନେତୃତ୍ୱ ରେ ପୁରୀ ବିଧାନସଭା ସଭାପତି ମନୋଜ ମଣ୍ଡଳ, ପୁରୀ ବିଧାନ ସଭା ଉପସଭାପତି ଅନିଲ ବେଜ, ଜ଼ିଲ୍ଲା ଉପସଭାପତି ଜଗଦୀଶ ରାଉତ, ଜ଼ିଲ୍ଲା ସାଧାରଣ ସମ୍ପାଦକ ଅର୍ପିତ ଦିକ୍ଷୀତ, ଜ଼ିଲ୍ଲା ସମ୍ପାଦକ ଲକ୍ଷ୍ମୀକାନ୍ତ ନାୟକ ଙ୍କ ସହ ସାହିଲ ମହାନ୍ତି, ହେମନ୍ତ ପ୍ରଧାନ, ସମ୍ବିତ ପ୍ରଧାନ, ସାହିଲ ପୃଷ୍ଟି ଙ୍କ ସହ ଅନ୍ୟ ଯୁବ କଂଗ୍ରେସ ର ଶତାଧିକ କର୍ମୀ ଏକାଠି ହୋଇ ଜ଼ିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ୫ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ତାଙ୍କ ଦାବି ଅନୁଯାୟୀ , ପୁରୀ ଜ଼ିଲ୍ଲା ରେ ପ୍ରଶାସନ ମେ ୨୯ ରେ ଯେଉଁ ଅଗ୍ନି ସୁରକ୍ଷା ଅଫିସର ଙ୍କୁ ନିୟୋଜିତ କରିଥିଲେ ପ୍ରଶାସନ ତରଫରୁ କିଏ କିଏ ଭଉଁରୀ ଶ୍ରଦ୍ଧାଳୁ ନିୟନ୍ତ୍ରଣ ଦାଇତ୍ୱ ରେ ଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପୁରୀ ସହର ର ବିକାଶ ନାମରେ ପ୍ରାଥମିକ ଚିକିତ୍ସା ଦେବାରେ ବିଫଳ ମୁଖ୍ୟ ଚିକିତ୍ସା କେନ୍ଦ୍ର ତେଣୁ ସି.ଡି.ଏମ.ଓ ନିଜର ଇସ୍ତଫା ପ୍ରଦାନ ପାଇଁ ଦାବି ହୋଇଛି ।
ଏହି ଅଗ୍ନିକାଣ୍ଡ ରେ ପ୍ରଶାସନ ଆହତ ଙ୍କ ପରିବାରକୁ ୫ଲକ୍ଷ ର ସହାୟତା ସହ ମୃତ ପରିବାର କୁ ୨୦ଲକ୍ଷ ଟଙ୍କା ଓ ଗୋଟିଏ ପରିବାର ରେ ୨ରୁ ଉର୍ଦ୍ଧ୍ବ ମୃତକ ଥିଲେ ୧କୋଟି ସହାୟତା ପ୍ରଦାନ କରାଯାଉ । ସରକାର ତୁରନ୍ତ ପୁରୀରେ ୫୦ରୁ ଉର୍ଦ୍ଧ୍ବ ଆଇ.ସି.ୟୁ ବିଶିଷ୍ଟ ସୁପର ସ୍ପେସାଲିଷ୍ଟ ମେଡିକାଲ କରିବା ପାଇଁ ଅନୁଦାନ ପ୍ରଦାନ କରି ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି ।

ଦାବି ଗୁଡ଼ିକ ଉପରେ ତୁରନ୍ତ ପଦକ୍ଷପ ନ-ନିଆଗଲେ ଆଗାମୀ ୭ ଦିନ ପରେ ଜ଼ିଲ୍ଲାପାଳ ଅଫିସ ଘେରାଉ ସହ ଜୋରଦାର ଆନ୍ଦୋଳନ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ତରଫରୁ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Post Views132 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!