ବ୍ରହ୍ମଗିରିରେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ବିଜୟୀ । ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟଙ୍କୁ ପରାସ୍ତ କଲେ ଉପାସନା ।୨୦୧୯ ନିର୍ବାଚନ ବେଳେ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ହୋଇନଥିବାରୁ ଉପାସନା ମଇଦାନକୁ ଓହ୍ଲାଇ ନ ଥିଲେ । ଏଥିପାଇଁ ମଇଦାନଙ୍କୁ ଓହ୍ଲାଇଥିଲେ ଲୁଲୁ ମହାପାତ୍ରଙ୍କ ଭାଇ ତଥା ଉପାସନାଙ୍କ ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଆଉ ଲଳିତେନ୍ଦୁ ବିଜେଡିର ଟାଣୁଆ ନେତା ସଞ୍ଜୟ ଦାସବର୍ମାଙ୍କୁ ହରାଇ ବ୍ରହ୍ମଗିରି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବ୍ରହ୍ମଗିରି ବର୍ଷ ବର୍ଷ ଧରି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡି ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ରା ଲଢେଇ ଦେଖିଛି । ଲୁଲୁ କଂଗ୍ରେସ ଟିକେଟରୁ ବ୍ରହ୍ମଗିରିରୁ ତିନି ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ । ତେବେ ୨୦୦୯ ଓ ୨୦୧୪ରେ ବାଜି ମାରି ନେଇଥିଲେ ସଂଜୟ ଦାସବର୍ମା । ଲୁଲୁଙ୍କ ପରେ ତାଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଉପାସନା ବିଜେପିରେ ସାମିଲ ହୋଇଥିଲେ । ୨୦୧୯ରେ ଲଳିତେନ୍ଦୁ ବିଜେପି ପ୍ରାର୍ଥୀ ଭାବେ ଲଢି ସଂଜୟ ଦାସବର୍ମାଙ୍କୁ ମାତ୍ ଦେଇଥିଲେ । ଏଥର ଉପାସନା ଦାଦାଙ୍କ ବିଜୟ ରଥକୁ ଆଗକୁ ବଢାଇଛନ୍ତି । ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟଙ୍କୁ ପରାସ୍ତ କରି ବାଜିମାତ୍ କରିଛନ୍ତି ଉପାସନା ।
Related Posts
ବିଧାୟକରୁ ଉପମୁଖ୍ୟମନ୍ତ୍ରୀ..
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ।କନକ ବର୍ଦ୍ଧନ ସିଂହ ଦେଓ ୧୯୫୬ ମସିହାର ଜୁନ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ…
୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର
ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ଏହି ବୈଠକରେ ୧୩ ଟି ବିଭାଗର ୧୬ଟି…
ଶଙ୍ଖ, ପଦ୍ମକୁ ବୁଡାଇବ ହିଂମାଶୁଙ୍କ ବାଲଟି
ଧର୍ମଶାଳାରେ ମାଟି କାମୁଡିବେ କି ବିଜେପି ଓ ବିଜେଡି ? ଫୁଲ ଓ ଶଙ୍ଖକୁ ବୁଡେଇ ଦେବ କି ବାଲଟି…

