ସ୍ୱତନ୍ତ୍ର ସବୁଠି ରଜ ସଜ… adminJune 13, 2024 ରାତି ପାହିଲେ ଓଡିଶାର ଗଣ ପର୍ବ ରଜ। ସବୁଠି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଗାଁ ଠୁ ସହର ସବୁଆଡେ ଝିଅ ବୋହୁ ମାନେ ରଜ ସଜବାଜ ଆରମ୍ଭ କରିଦେଲେଣି। ଆଜି ଘରେ ଘରେ ରଜ ସଜବାଜ ସହ ପିଠା ମିଠାର ପ୍ରସ୍ତୁତି ଚାଲିଛି। ସେପଟେ ରଜ କିଣାବିକା ପାଇଁ ବଜାରରେ ଭିଡ ଜମିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନ ପାଇଁ ଆଜି ସଜବାଜରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପାତ୍ରପଡା, ପାନ୍ଥନିବାସରେ ରଜ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ବିଭିନ୍ନ ସ୍ୱାଦିଷ୍ଟ ପିଠା ପ୍ରସ୍ତୁତ କରାଯାଉଛି। ବଡ ରେଷ୍ଟୁରାଣ୍ଟରେ ମଧ୍ଯ ପିଠାକୁ ମେନ୍ଯୁର ସାମିଲ କରିଛନ୍ତି ମାଲିକ । ପୋଡପିଠା , କରଞ୍ଜିପିଠା, ଚନ୍ଦ୍ରକଳା, କାକରା, ମଣ୍ଡା, ଲବଙ୍ଗୀ ପରି ଭଳିକି ଭଳି ଖାଦ୍ୟ ମେନ୍ୟୁରେ ସାମିଲ ହୋଇଛି। ଛୋଟ ପିଲାଙ୍କ ପାଇଁ ସହର ଗଳିକନ୍ଦିରେ ଦୋଳିର ପସରା ମେଲି ବସିଥିବା ବ୍ଯବସାୟୀ ବି ଭଲ ରୋଜଗାର ନେଇ ଆଶାବାଦୀ । ରଜ ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । 38 Total Count
ଏମିତି ଦେଶ ଯେଉଁଠି ଚାଲେନି ଟ୍ରେନ୍ ଦୂରଯାତ୍ରା କରିବାକୁ ଲୋକେ ଟ୍ରେନରେ ଯିବାକୁ ପସନ୍ଦ କରନ୍ତି । ଟ୍ରେନରେ ବସିବା, ଶୋଇବା ଏବଂ ବୁଲିବା ପାଇଁ ସୁବିଧା… April 1, 2024
ଜେମଷ୍ଟୋନ୍ ବଦଳାଇ ଦେବ ଆପଣଙ୍କ ଭାଗ୍ୟ ବ୍ୟସ୍ତବହୁଳ ଜୀବନରେ ନିଜ ପାଇଁ ସମୟ ଟିକେ କାଢିବା ମଧ୍ୟ ବହୁତ କଷ୍ଟକର ହୋଇ ପଡ଼ିଛି । ଏକ ନିର୍ଦ୍ଧାରିତ… December 4, 2025
କ୍ୟାନ୍ସର ଟିକା ପ୍ରସ୍ତୁତକଲା ରୁଷିଆ କ୍ୟାନ୍ସର ଭଳି ଏକ ମାରାତ୍ମକ ରୋଗର ଚିକିତ୍ସା ଲାଗି ରୁଷିଆ ଗବେଷକମାନଙ୍କୁ ବଡ଼ ସଫଳତା ମିଳିଛି। ଏହି ରୋଗର ନିଦାନ… December 19, 2024