ସେବା-ସାହିତ୍ୟର ସମ୍ମିଶ୍ରଣ ଦାଶରଥି ଶତପଥୀ

ସାହିତ୍ୟ ଆଉ ସେବାର ସମ୍ବନ୍ଧ ବେଶ୍ ନିବିଡ଼ । ଶୀତ ଆଉ ଉଷୁମ ଭଳି ସାହିତ୍ୟ ଓ ସେବା ପରସ୍ପର ଆକର୍ଷକ ଆଉ ବନ୍ଧନଯୁକ୍ତ । ଅନେକ ପ୍ରଶାସନିକ ଅଧିକାରୀ ଅଛନ୍ତି ଯେଉଁମାନେ ସାହିତ୍ୟ ପ୍ରେମୀ ।‌ ଅନେକ ଭାଷା ଓ ସାହିତ୍ୟପ୍ରେମୀ ବି ଅଛନ୍ତି ଯେଉଁମାନେ ଜଣେ ଜଣେ ସଫଳ ପ୍ରଶାସନିକ ଅଧିକାରୀ । ଓଡ଼ିଆ ଅସ୍ମିତା ପ୍ରତି ପ୍ରତିବଦ୍ଧତା ଓ ଜନସେବା ପ୍ରତି ଦାୟିତ୍ବବୋଧତାକୁ ଧାରଣ କରି ଯେଉଁ କିଛି ହାତଗଣତି ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜର ଭୂମିକା ନିର୍ବାହ କରୁଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଲେ ଶ୍ରୀଯୁକ୍ତ ଦାଶରଥି ଶତପଥୀ। ସରଳ ସାବଲୀଳ ଭାଷାରେ ଓଡିଆ ଜାତି ଓ ଅସ୍ମିତା ପ୍ରତି ତାଙ୍କର ଯେତିକି ପ୍ରତିବଦ୍ଧତା ରହିଛି, ପ୍ରଶାସନିକ ଅଧିକାରୀ ଭାବେ ଓଡ଼ିଶାବାସୀଙ୍କ ସେବା ପାଇଁ ସେ ସେତିକି ସମର୍ପିତ ମଧ୍ୟ ହୋଇଛନ୍ତି। ଓଡ଼ିଆ ଭାଷା ଓ ଜାତିକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅଶେଷ ଓ ଉଲ୍ଲେଖନୀୟ।

ଦାଶରଥି ଶତପଥୀ। ଓଡ଼ିଶା ବିଧାନସଭାର ସଚିବ ଭାବେ କାର୍ଯ୍ୟରତ । ଏହାଛଡ଼ା ଜଗନ୍ନାଥ ସାହିତ୍ୟ ସଂସ୍କୃତିର ଜଣେ ଦୃଢ଼ ପ୍ରଚାରକ ଏବଂ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ରୁଚି ରଖୁଥ‌ିବା ଜଣେ ବିଦଗ୍ଧ ଭାବେ ସାରା ରାଜ୍ୟରେ ସେ ସୁପରିଚିତ। ୧୯୮୩ ମସିହାରେ ପ୍ରଥମେ ଓଡ଼ିଶା ପ୍ରଶାସନିକ ସେବା ବା OASରେ କୃତକାର୍ଯ୍ୟ ହୋଇ ନିଜ ଜୀବନର ସେବା ଅଧ୍ୟାୟ ଆରମ୍ଭ କରିଥିଲେ ଦାଶରଥି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାମ କରି ସଜ ଅନେକ ସୁନାମ ଅର୍ଜନ କରିବା ସହ ଅନେକ ସମୟରେ ପ୍ରଶଂସାର ପାତ୍ର ସାଜିଛନ୍ତି। ତାଙ୍କ ଦକ୍ଷତା ଓ ନିଷ୍ଠାପରତା ପାଇଁ ୨୦୦୫ ମସିହାରେ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ପାଇଥିଲେ ।ପଦୋନ୍ନତି ପାଇବା ପରେ ମଧ୍ୟ ଉତ୍ସର୍ଗୀକୃତ ସେବା ମନୋଭାବ ଦେଖାଇ ଅଳେକ ଖ୍ୟାତି ଲାଭ କରିଛନ୍ତି।ସଂପ୍ରତି ୨୦୧୯ ଜୁନ୍ ୨୪ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ନବୀନ ସରକାରଙ୍କ ସମୟରେ ବିଧାନସଭାର ସଚିବ ଭାବେ ଗୁରୁଦାୟିତ୍ଵ ତୁଲାଇଥିଲେ ଦାଶରଥି ।‌ ଆଉ ଏବେ ନୂଆ ବିଜେପି ସରକାରରେ ମଧ୍ୟ ସେ ସମାନ ଦାୟିତ୍ବରେ ରହିଛନ୍ତି।

ପ୍ରତି ସଫଳତାର ରାସ୍ତା ସହଜ ନଥାଏ । ଦାଶରଥିଙ୍କ ଜୀବନରେ ଅନେକ ଉତଥାନ ଓ ପତନର ରାସ୍ତା ଅତିକ୍ରାନ୍ତ ହୋଇଛି। ୧୯୬୨ ମସିହା ଜାନୁଆରୀ ୩ ତାରିଖରେ ଏକ ମଧ୍ୟବିତ୍ତ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଦାଶରଥି। ଅବିଭକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା ମାଛଗାଁ ପଞ୍ଚାୟତର ସୁକିଦା ଗ୍ରାମରେ ଏକ ନୂଆ ଆଶା ସାଜି ସେ ଦୁନିଆଁ ଦେଖିଥିଲେ। ପରେ ଓଡିନ୍ଦା ଉଚ୍ଚବିଦ୍ୟାଳୟରେ ହାଇସ୍କୁଲ ଶିକ୍ଷା ଲାଭ କରି ୧୯୭୭ ମସିହାରେ ମାଟ୍ରିକ୍ସଲେସନ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷା ସ୍ଵାମୀ ବିବେକାନନ୍ଦ ସ୍ମାରକୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଚାରି ବର୍ଷ ବିଜ୍ଞାନରେ, ଦୁଇ ବର୍ଷ ବି.ଏ କଳା ସାହିତ୍ୟରେ ଲାଭ କଲେ। ପରଜ ଇଂରାଜୀ ସାହିତ୍ୟରେ ଏମ୍.ଏ ଓ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଲାଭ କରିଥିଲେ । ସ୍ବାମୀ ବିବେକାନନ୍ଦ, ଗୋପବନ୍ଧୁ, ମଧୁସୂଦନ ଓ ଡଃ ଏ.ପି.ଜେ ଅବଦୁଲ କଲାମ୍ ତାଙ୍କ ଜୀବନର ଆଦର୍ଶ ସାଜିଥିବା ବେଳେ ଆରାଧ୍ୟ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।

ଏକାଧିକ ବିଭାଗରେ ଜ୍ଞାନ ଆହରଣ କରି ଜଣେ ଦିଗବିଜୟ ସାଜିଥିଲେ ଦାଶରଥି। ଏହି ସମୟରେ ତାଙ୍କ ଜୀବନରେ ଆସିଥିଲା ନୂଆ ମୋଡ଼।ସେଇ ବଡ ଠାକୁରଙ୍କ କୃପାରୁ ୧୯୮୩ ମସିହାରେ ପ୍ରଥମ ପ୍ରଚେଷ୍ଠାରେ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଥିଲେ ଦାଶରଥି ଶତପଥୀ। ପରେ ସରକାରୀ ସେବା କ୍ଷେତ୍ରରେ ବିଭିନ୍ନ ପଦପଦବୀରେ ଅଧୂଷ୍ଠିତ ହୋଇଥିଲେ । ବିଶେଷ କରି ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଅତିରିକ୍ତ ଶାସନ ସଚିବ ସହିତ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରି ନିଜ ଦକ୍ଷତାର ପରାକାଷ୍ଠା ଦେଖାଇଥିଲେ । ୨୦୦୫ ମସିହାରେ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ପାଇ ୩୧ ଜାନୁଆରୀ ୨୦୨୨ରେ କମିଶନର ପାହ୍ୟାରୁ ସରକାରୀ ବାକିରୀରୁ ଅବସର ନେଇଛନ୍ତି। ବିଶେଷ କରି ୨୦୧୫ରୁ ୨୦୧୮ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟକରି ପ୍ରଶାସନର ମାନବୃଦ୍ଧି ସଂଗେ ସଂଗେ ଜନସାଧାରଣଙ୍କର ନିକଟତର ହୋଇଥିଲେ । ୨୦୧୮ରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସଂପ୍ରତି ୨୦୧୯ ଜୁନ୍ ୨୪ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ସଚିବ ଭାବେ କାର୍ଯ୍ୟରତ। ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସ୍କୃତିର ଜଣେ ଦୃଢ଼ ପ୍ରଚାରକ ଏବଂ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ରୁଚି ରଖୁଥ‌ିବା ଜଣେ ବିଦଗ୍ଧ ପାଠକ ଓ ସୁବକ୍ତା ହେଉଛନ୍ତି ଦାଶରଥି।

ପିଲାଟି ଦିନରୁ ଦାଶରଥି ଥିଲେ ଜଣେ ସୁବକ୍ତା। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଅନର୍ଗଳ ବକୃତା ଦେଇ କେବଳ ଛାତ୍ରଛାତ୍ରୀ କିମ୍ବା ସହପାଠୀ ନୁହେଁ ବରଂ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବି ଚକିତ କରିଦେଉଥିଲେ। ଜଣେ ମେଧାବୀ ଭାବେ ସ୍ଥାନୀୟ ଅଞ୍ଚଳରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେଦିନର ସେହି ପ୍ରଜ୍ଞାଦୀପ୍ତ ଛାତ୍ର ଯେ ବଡ ହେଲେ ଜଣେ ବଡ ଚେହେରା ହେବ ଏକଥା ସେବେଠୁ ହିଁ ସ୍ପଷ୍ଟ ହୋଇସାରିଥିଲା। ଆଜି ଶ୍ରୀଯୁକ୍ତ ଦାଶରଥି ଶତପଥୀ ଭାରତୀୟ ପ୍ରଶାସନିକ ସେବାରେ ଜଣେ ବରିଷ୍ଠ ଅଧିକାରୀ। ଏହାସହ ସାହିତ୍ୟିକ ଭାବରେ ସୁପରିଚିତ। ଅନେକ ସମୟରେ ତାଙ୍କ ପ୍ରବନ୍ଧମାନ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହେବା ସହ ପାଠକୀୟ ସ୍ଵୀକୃତି ପାଇଛି। ଶ୍ରୀ ଶତପଥୀଙ୍କ ଲିଖୁତ ‘ବିବିଧ ବ୍ୟକ୍ତି ଓ ବିବିଧ ବିଚାର’ ପୁସ୍ତକଟି ସମସ୍ତ ବର୍ଗ ପାଠକ ପାଠିକାଙ୍କୁ ସ୍ପର୍ଶ କରିଛି । ଆଗକୁ ଶ୍ରୀଯୁକ୍ତ ଦାଶରଥି ଶତପଥୀଙ୍କ ଲେଖନୀ ଚାଳନା ଜାରି ରହିବା ସହ ଓଡ଼ିଶାର ସୁଶାସନରେ ତାଙ୍କ ଭାଗିଦାରୀ ସୁଦୃଢ ହେଉ ବୋଲି ଇଣ୍ଟରଭ୍ୟୁ ଟାଇମ୍ସ ପରିବାର ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!