ସମସ୍ତ ସରକାରୀ ଅନୁଷ୍ଠାନ ପାଇବେ ନିଜସ୍ବ ଜମିପଟା

ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ପାଇବେ ନିଜସ୍ବ ଜମିପଟା । ରାଜସ୍ବ ବିଭାଗ ତଥା ଶିକ୍ଷାନୁଷ୍ଠାନ ଅଧିକରୀଙ୍କୁ ନେଇ ସମ୍ବଲପୁର ଜିଏମ ବିଶ୍ବ ବିଦ୍ୟାଳୟରେ ସମୀକ୍ଷା ପରେ କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଭିସୁଟ,ଭିମସାର,ଆଇଆଇଏମ ,ସମ୍ବଲପୁର ବିଶ୍ବବିଦ୍ୟାଳୟ, ଓଏସଓୟୁ, ଜିଏମ ବିଶ୍ବବିଦ୍ୟାଳୟ ସମେତ ସମସ୍ତ ସରକାରୀ ଅନୁଷ୍ଠାନ ପାଇବେ ନିଜସ୍ବ ଜମିପଟ୍ଟା । ଶିକ୍ଷାନୁଷ୍ଠାନ ହେବ ଜମିର ପ୍ରକୃତ ମାଲିକ । ପ୍ରସ୍ଥାବିତ ତଥା ଆବଣ୍ଟିତ ଜମି ଜବରଦଖଲ ରେ ଥିଲେ ଉଚ୍ଛେଦ କରାଯିବ । ଏନେଇ ଆଜି ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ନାରାୟଣୀ ପଣ୍ଡା ହଲରେ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ତଥା ବିପର୍ଯ୍ୟୟ ପରିଚାଳାନା ମନ୍ତ୍ରୀ ସୁରେଶ ପୂଜାରୀ ।
ଶିକ୍ଷାନୁଷ୍ଠାନ ପାଇଁ ଆଉ କେତେ ଜମି ଆବଶ୍ୟକ ସେନେଇ ମଧ୍ୟ ମତ ଲୋଡିଛନ୍ତି ମନ୍ତ୍ରୀ । ଏହାସହ କେଉଁଠାରେ ଜମି ଅଛି, ଯାହା ଯୋଗାଇ ଦିଆଯିବା ପାଇଁ ସୁବିଧା ହେବ ଚିହ୍ନଟ କର ବୋଲି ମଧ୍ୟ ସ୍ଥାନୀୟ ଆରଡିସି, ଜିଲ୍ଲାପାଳ ତଥା ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ତେବେ ଆସନ୍ତା ଡିସେମ୍ବର ସୁଦ୍ଧା କାମ ସାର ଓ ଅଗଷ୍ଟ ଶେଷ ସପ୍ତାହରେ ପୁଣି ସମୀକ୍ଷା କରିବା ସହ କାମର ଅଗ୍ରଗତି ନେଇ ରିପୋର୍ଟ ଦିଅ ବୋଲି ସୁରେଶ କହିଛନ୍ତି । ଯାହାକୁ ନେଇ ଦୀର୍ଘ ବର୍ଷ ଧରି ପଡି ରହିଥିବା ରାଜସ୍ବ ମାମଲାରେ ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଆଶା କରାଯାଉଛି ।

ତେବେ ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲ,ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଲେଜ ଓ ବିଶ୍ବ ବିଦ୍ୟାଳୟ ଜମି ଉପରେ କାମ ହେବ ବୋଲି ସମୀକ୍ଷା ପରେ ଉତ୍ତରାଞ୍ଚଳ ଆରଡିସି ଶ୍ରୀକାନ୍ତ ପୃଷ୍ଟି କହିଛନ୍ତି । ଏନେଇ ଆସନ୍ତା କାଲିଠାରୁ କାମ ଆରମ୍ଭ ହେବ ବୋଲି ଆରଡିସି କହିଛନ୍ତି । ତେବେ ଭିମାସର, ଭିସୁଟ, ତଥା ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପ୍ରସ୍ତାବିତ ତଥା ଆବଣ୍ଟିତ ଜମିରେ କେତେକ ଜବରଦଖଲ ଥିବା ବେଳେ ତାକୁ ଉଚ୍ଛେଦ କରିବା ଉପରେ ଶିକ୍ଷାନୁଷ୍ଠାନ ପ୍ରତିନିଧି ମଧ୍ୟ ଜୋର ଦେଇଛନ୍ତି ।

ବୈଠକରେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ଏସପି ସମେତ ରାଜସ୍ବ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟ ତ୍ବରାନ୍ବିତ ଉପରେ ସହମତି ପ୍ରକାଶ କରିଛନ୍ତି |

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!