ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ମେଡାଲ ଖାତା ଖୋଲିଛି ଭାରତ । ସୁଟର ମନୁ ଭାକର ଜିତିଛନ୍ତି ପ୍ରଥମ ମେଡାଲ । ୧୨ ବର୍ଷ ପରେ ଏହା ହେଉଛି ଭାରତର ସୁଟିଂ ମେଡାଲ ।ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ୍ ମେଡାଲ୍ ଜିତିଛନ୍ତି ମନୁ ଭାକର । ଫାଇନାଲ ମୁକାବିଲାରେ ମୋଟ ୨୨୧.୭ ପଏଣ୍ଟ ସ୍କୋର କରିବା ସହ ପ୍ୟାରିସରେ ତ୍ରିରଙ୍ଗା ଉଡ଼ାଇଛନ୍ତି ୨୨ ବର୍ଷୀୟ ମନୁ ।
୨୦ ବର୍ଷ ପରେ ବ୍ୟକ୍ତିଗତ ଇଭେଣ୍ଟରେ ସେ ପ୍ରଥମ ମହିଳା ଭାବେ ଅଲିମ୍ପିକ୍ସ ସୁଟିଂ ଫାଇନାଲରେ ପହଞ୍ଚିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହାପୂର୍ବରୁ ୨୦୦୪ରେ ଫାଇନାଲରେ ପ୍ରବେଶ କରିଥିଲେ ସୁମା ଶୀରୁର୍ ।

