ନବମ-ଏକାଦଶ ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ହାତଖର୍ଚ୍ଚ

ଅଧାରୁ ପାଠ ଛାଡୁଥିବା ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି।ଆର୍ଥିକ ସ୍ବଚ୍ଛଳ ନ ଥିବା କାରଣରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଜାରି ରଖିବା ପାଇଁ ଏଣିକି ସରକାର ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବର୍ଷକୁ ୫ ହଜାର ଟଙ୍କାର ହାତଖର୍ଚ୍ଚ ପ୍ରଦାନ କରିବେ।

ଏହା ଦ୍ବାରା ରାଜ୍ୟର ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ବିଧାନସଭାରେ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ପ୍ରଦାନ କରିଛନ୍ତି।ସହିଦ ମାଧୋ ସିଂ ଯୋଜନା ଅନ୍ତର୍ଗତ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ରାଜ୍ୟ ସରକାର ମୋଟ ୧୫୬ କୋଟି ଟଙ୍କା ଖର୍ଚ୍ଚ କରିବେ।ଅଷ୍ଟମରୁ ନବମକୁ ଯାଉଥିବା ଛାତ୍ରଛାତ୍ରୀ ଏବଂ ଦଶମରୁ ଏକାଦଶକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!