ରୋଚକ ହେଉଛି ମହାରାଷ୍ଟ୍ର ରାଜନୀତି

ବିଜେପି, ଶିବସେନା ଓ ଏନସିପି ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ମାହାୟୁତି ସରକାର ଏବେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ଆଲୋଚନର ଆରମ୍ଭ କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୩ ଦଳ ମଧ୍ୟରେ ସିଟ ଶେୟାରିଂକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନରୁ ବିଜେପି ଏକାକୀ ୧୪୦ରୁ ୧୫୦ଟି ସିଟରେ ପ୍ରାର୍ଥୀ ଦେବ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର ୮୦ଟି ଓ ଅଜିତ ପାୱାରଙ୍କ ଏନସିପି ସମ୍ଭବତଃ ୫୫ଟି ସିଟରେ ଲଢ଼ିବ। ସେହିପରି ୩ଟି ଆସନ ମେଣ୍ଟରେ ସାମିଲ ହୋଇଥିବା ଛୋଟ ଛୋଟ ଦଳଗୁଡ଼ିକ ମଧ୍ୟରେ ବଣ୍ଟାଯିବ ବୋଲି ସୂଚନା ରହିଛି ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏନଡିଏ ମାହାୟୁତି ମେଣ୍ଟର ମୁକାବିଲା ମହା ବିକାଶ ଅଘାଡ଼ି ସହ ହେବ। କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଏମଭିଏ ଗଠନ କରିଛନ୍ତି। ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ୪୮ଟି ଆସନରୁ ୩୦ଟିରେ ବାଜିମାତ କରିଥିଲା। ମାହାୟୁତି କେବଳ ୧୭ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!