ବିଜେପିରେ ସାମିଲ ହେଲେ ରବୀନ୍ଦ୍ର ଜାଡେଜା

ବିଜେପିରେ ସାମିଲ ହେଲେ ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜା । ଏନେଇ ବିଜେପି ବିଧାୟକ ତଥା ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନୂତନ ସଦସ୍ୟ ଭାବରେ ତାଙ୍କର ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ରିଭାବା ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ଥିବା ପୋଷ୍ଟରେ ବିଜେପି ସଦସ୍ୟତା କାର୍ଡ ସହିତ ନିଜ ଏବଂ ସ୍ୱାମୀଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ଭାରତ ଐତିହାସିକ ଟି-୨୦ ବିଶ୍ୱକପ୍‌ ଜିତିବା ପରେ ଜାଡେଜା ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ ।

ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ପୂର୍ବରୁ ବିଜେପିରେ ଅଛନ୍ତି । ସେ ଗୁଜରାଟର ଜାମନଗର ଉତ୍ତର ଆସନରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି । ଏବେ ରବୀନ୍ଦ୍ର ଜାଡେଜା ରାଜନୀତିରେ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ବିଜେପିରେ ତାଙ୍କର ଭୂମିକା କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ରିଭାବା ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ଦଳ ତାଙ୍କୁ ୨୦୨୨ ବିଧାନସଭା ନିର୍ବାଚନରେ ଜାମନଗର ଆସନରୁ ଟିକେଟ୍‌ ଦେଇଥିଲା । ସେ AAP ପ୍ରାର୍ଥୀ କରଶନଭାଇ କରିମୁରଙ୍କୁ ପରାସ୍ତ କରି ଏହି ଆସନରେ ବିଜୟଲାଭ କରିଥିଲେ । ତେବେ ପତ୍ନୀଙ୍କ ନିର୍ବାଚନ ପ୍ରଚାରରେ ଜାଡେଜାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

 

Post Views27 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!