ପ୍ରଥମ ଏମ୍‌ପକ୍ସ ଟିକାକୁ ହୁ’ର ଅନୁମୋଦନ

ଆଫ୍ରିକାରେ ମଙ୍କିପକ୍ସ ସଂକ୍ରମଣ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଆମେରିକାରେ ‘ଜିନେଓସ’ ନାମରେ ପରିଚିତ ବାଭାରିଆନ୍ ନୋର୍ଡିକର ଟିକାକୁ ଅନୁମୋଦନ ଦେଇଛି। ଜାପାନର କେଏମ୍ ବାୟୋଲୋଜିକ୍ସ ଦ୍ୱାରା ପ୍ରସ୍ତୁତ ଅନ୍ୟ ଏକ ଟିକା ଏଲ୍‌ସି୧୬ର ମଧ୍ୟ ସମୀକ୍ଷା କରାଯାଉଛି। ଚିକିତ୍ସାଜନିତ ଆବଶ୍ୟକ ସର୍ତ୍ତ ପୂରଣ କରୁଥିବା ବାଭାରିଆନ ନୋର୍ଡିକର ଟିକାକୁ ଜାତିସଂଘ ଏଜେନ୍ସିଗୁଡ଼ିକ କିଣିବେ ଏବଂ ବାଣ୍ଟିବା ଦାୟିତ୍ବ ନେବେ। ନିମ୍ନ ଆୟକାରୀ ଦେଶମାନଙ୍କ ପାଇଁ ଟିକା ଯୋଗାଇବାରେ ସହାୟତା କରୁଥିବା ଗାଭି ନାମକ ଟିକା ଆଲାଏନ୍ସ ପାଖରେ ଏମ୍‌ପକ୍ସ ଟିକା ପାଇଁ ୫୦୦ ନିୟୁତ ଡଲାର ପର୍ଯ୍ୟନ୍ତ ଉପଲବ୍ଧ ରହିଛି।

ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ କହିଛନ୍ତି, ଆଫ୍ରିକାରେ ସାମ୍ପ୍ରତିକ ସଂକ୍ରମଣ ପରିପ୍ରେକ୍ଷୀରେ ଓ ଭବିଷ୍ୟତରେ ଏମ୍‌ପକ୍ସ ବିରୋଧରେ ଆମର ଲଢ଼େଇରେ ଏହି ଟିକା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସୂଚନାଯୋଗ୍ୟ, ଏମ୍‌ପକ୍ସ ସ୍ମଲପକ୍ସ ଭଳି ସମାନ ଭୂତାଣୁ ପରିବାରର କିନ୍ତୁ ଜ୍ୱର, ଥଣ୍ଡା ଓ ଶରୀରଯନ୍ତ୍ରଣା ଭଳି ସାମାନ୍ୟ ଲକ୍ଷଣ ସୃଷ୍ଟି କରେ। ଅଧିକ ଗମ୍ଭୀର କ୍ଷେତ୍ରରେ ଲୋକଙ୍କ ମୁହଁ, ହାତ, ଛାତି ଓ ଯୌନାଙ୍ଗରେ କ୍ଷତ ସୃଷ୍ଟି ହୋଇପାରେ। ହୁ’ର ଅନୁମୋଦନ ଅନୁଯାୟୀ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ଟିକା ଦୁଇ ଡୋଜ୍ ଦିଆଯିବ। ସଂକ୍ରମଣ ପରିସ୍ଥିତିରେ, ଏହା ଶିଶୁ ଓ କିଶୋରମାନଙ୍କୁ ମଧ୍ୟ ଦିଆଯାଇପାରେ, ଯଦିଚ ଏହା ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଏପର୍ଯ୍ୟନ୍ତ ଲାଇସେନ୍ସ ପ୍ରାପ୍ତ ହୋଇନାହିଁ। ଯଦି ଟିକାକରଣର ଲାଭ ବିପଦଠାରୁ ଅଧିକ ହୁଏ, ତେବେ ସେ କ୍ଷେତ୍ରରେ ଶିଶୁ ଓ କିଶୋରମାନଙ୍କୁ ଏହା ଦିଆଯାଇପାରେ। ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ଟିକା ପହଞ୍ଚାଇବା ପାଇଁ ଟିକା କ୍ରୟ, ଦାନ ଓ ବଣ୍ଟନରେ ତୁରନ୍ତ ବୃଦ୍ଧି କରିବାକୁ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସି ମୁଖ୍ୟ ଆହ୍ୱାନ ଦେଇଛନ୍ତି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!