ଶୀତ ଋତୁର ସୁଆଦିଆ ସୀତାଫଳ

ଶୀତ ଋତୁ ଆସିବା ପୂର୍ବରୁ ମାର୍କେଟରେ ମିଳିଲାଣି ସୁଆଦିଆ ସୀତାଫଳ। କୋରାପୁଟ ଜିଲ୍ଲା ନାରାୟଣପାଟଣାରୁ ଉତ୍ପାଦିତ ସୀତାଫଳ ଏବେ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚୁଛି। ରାଜ୍ୟ ବାହାରକୁ ବି ଯାଉଛି ଟ୍ରିପ୍ ଟ୍ରିପ୍ ଆତ। କିନ୍ତୁ ଚାଷୀଙ୍କୁ ସେମାନଙ୍କର ଉଚିତ ପ୍ରାପ୍ୟ ମିଳୁ ନାହିଁ। କମ୍ ଦାମରେ କିଣି ବଜାରରେ ଅଧିକ ରେଟରେ ବିକି ମାଲାମାଲ ବ୍ୟବସାୟୀ। ମଣ୍ଡି ବ୍ୟବସ୍ଥା ପାଇଁ ଚାଷୀ ଦାବି କରିଛନ୍ତି ।

ସାଗୁଆ ସାଗୁଆ ସୀତାଫଳ। ଦେଖିବାକୁ ଯେମିତି ସୁନ୍ଦର, ପାଟିକୁ ବି ସେମିତି ସୁଆଦିଆ। ଗୋଟିଏ ଦୁଇଟି ଖାଇଲେ ପେଟ୍ ଫୁଲ। ଓଡ଼ିଶାର ଭୂସ୍ୱର୍ଗ କୋରାପୁଟ ଜିଲ୍ଲାରୁ ଅଧିକ ଉତ୍ପାଦିତ ହୋଇଥାଏ ସୀତାଫଳ। କେଉଁଠି ଆତ ତ ଆଉ କେଉଁଠି ଏହାକୁ କୁହାଯାଏ ବଢ଼ିଆଳ। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଏହାର ଢେର ଚାହିଦା ରହିଛି। ଶୀତ ଋତୁ ପୂର୍ବରୁ ପ୍ରଚୁର ମାତ୍ରାରେ ସୀତାଫଳ ଉତ୍ପାଦନ ହେଉଛି। ଝୁଡିରେ ଭର୍ତ୍ତି କରି ରାଜ୍ୟ ତଥା ବାହାରକୁ ପଠାଇଥାନ୍ତି ଚାଷୀ। ୦ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ଓଡ଼ିଶାର ଭୁବନେଶ୍ୱର କଟକ ସମେତ ବିଭିନ୍ନ ସହରକୁ ଯାଉଛି କୋରାପୁଟର ସୀତାଫଳ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!