ସମ୍ବଲପୁରୀ ରିଲ୍ସ କୁଇନ୍ ରୁକସାନା ବାନୋଙ୍କ ମୃତ୍ୟୁ ପଛରେ ଅଛି କି ଷଡ଼ଯନ୍ତ୍ର? ରୁକସାନାଙ୍କ ମାଆ ଆଣୁଥିବା ସଙ୍ଗୀନ୍ ଅଭିଯୋଗ ପଛରେ ରହିଛି କି ସତ୍ୟତା ? ଗତକାଲି ସମ୍ବଲପୁରୀ ଗାୟିକା, ରିଲ୍ସ ରାଣୀ, ଅଭିନେତ୍ରୀ ଓ ୟୁଟୁବର ରୁକସାନା ବାନୋଙ୍କ ମୃତ୍ୟୁ ପରେ ସମଗ୍ର ପଶ୍ଚିମ ଓଡ଼ିଶା କଳା ଜଗତରେ ହଇଚଇ। ଆଜିକୁ ଦୀର୍ଘ ୧୫ ଦିନ ଧରି ଭବାନୀପାଟଣା, ବଲାଙ୍ଗିର, ବରଗଡ଼ ଓ ଶେଷରେ ଗତକାଲି ଭୁବନେଶ୍ୱର ଏମ୍ସ ଆସିବା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ରୁକାସାନା ।
ତେବେ ତାଙ୍କ ମୃତ୍ୟୁ ପରେ ଆଜି ବରଗଡ଼ ଘରୋଇ ହସ୍ପିଟାଲର ଡାକ୍ତର କହିଛନ୍ତି, ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ଥିଲେ ରୁକସାନା। ଯାହା ତାଙ୍କ ଏଲିସା ଟେଷ୍ଟ ରିପୋର୍ଟର ସ୍ପଷ୍ଟ ହୋଇଛି। ଏପଟେ ରୁକସାନା ମାଆଙ୍କ ଅଭିଯୋଗ, ତାଙ୍କ ଝିଅକୁ ସ୍ଲୋ ପୟଜନ୍ ଦେଇ ହତ୍ୟା କରାଯାଇଛି ।

