ଓଡ଼ିଶାରେ ପହଞ୍ଚିଲା ପ୍ରଥମ ଡବଲ ଡେକର ବସ୍‌

ଓଡ଼ିଶାରେ ପ୍ରଥମ ଇଲେକ୍ଟ୍ରି ଡବଲ ଡେକର ବସ୍‌ ପହଞ୍ଚିଛି। ବସ୍‌ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିଛି। ଏହି ବସ୍‌ରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ରହିଛି ।ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଥିଲା। ଡିସେମ୍ବର ୨୮ ତାରିଖରେ ଦୁଇଟି ବସ୍‌ ବାହାରିଥିଲା। ଏହାପରେ ଡିସେମ୍ବର ୩୧ ତାରିଖରେ ଗୋଟିଏ ଓ ଜାନୁଆରି ୧ ତାରିଖରେ ଆଉ ଦୁଇଟି ବସ୍‌ ଓଡ଼ିଶା ଅଭିମୁଖେ ବାହାରିଥିଲା।

ଡିସେମ୍ବର ୨୮ ତାରିଖରେ ବାହାରିଥିବା ଦୁଇଟି ବସ୍ ମଧ୍ୟରୁ ଗୋଟିଏ ବସ୍‌ ଗୁରୁବାର ବ୍ରହ୍ମପୁରରେ ପହଞ୍ଚିଛି। ବ୍ରହ୍ମପୁରରେ କିଛି ସମୟର ରହଣି ପରେ ବସ୍‌ଟି ଭୁବନେଶ୍ୱର ଅଭିମୁଖେ ବାହାରିଛି ।
ଏହି ବସ୍‌ ସର୍ବ ଭାରତରେ ପ୍ରଥମ ବୋଲି କୁହାଯାଉଛି। ଥରେ ବିଦ୍ୟୁତ୍‌ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିଲୋମିଟର ପର୍ଯ୍ୟନ୍ତ ଦୂରତା ଯାଇ ପାରିବ । ବସ୍‌ଟି ୫୫ ସିଟ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ଘଣ୍ଟାପ୍ରତି ୪୫ କିଲୋମିଟର ରହିଛି।

ପ୍ରଥମେ ପ୍ରବାସୀଙ୍କୁ ବୁଲାଇବା ପରେ ଏହି ବସ୍‌ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀରେ ଚାଲିବ । ଏହାର ସାମ୍ନା ପଟରେ କୋଣାର୍କ ଚକ ଚିହ୍ନ ରହିଛି । ଏହା ସହିତ ବସ୍‌ରେ ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଝଲକ ମଧ୍ୟ ରହିଛି। କଟକରୁ ଭୁବନେଶ୍ୱର ମଧ୍ୟରେ ୨ଟି ଡବଲ୍ ଡେକର୍ ବସ୍ ଓ ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଅନ୍ୟ ୨ଟି ବସ୍ ଚଳାଇବା ପାଇଁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍ )ଯୋଜନା କରିଛି ।

Post Views40 Total Count

Apply Now


This will close in 0 seconds

error: Content is protected !!