ଟି-ଟ୍ବେଣ୍ଟି ସିରିଜକୁ ଆଗୁଆ ଜିତିଲା ଭାରତ

ବାଂଲାଦେଶ ବିପକ୍ଷ ଟି-ଟ୍ବେଣ୍ଟି ସିରିଜକୁ ଆଗୁଆ ୨-୦ରେ କବଜା କରିଛି ଭାରତୀୟ ଟିମ। ଦିଲ୍ଲୀରେ ଖେଳା ଯାଉଥିବା ଦ୍ୱିତୀୟ ଟି-ଟ୍ବେଣ୍ଟିକୁ ଭାରତୀୟ ଟିମ ଅତି ସହଜରରେ ଜିତି ନେଇଛି। ଭାରତ ୨୨୨ ରନର ଟାର୍ଗେଟ ଦେଇଥିବା ବେଳେ ବାଂଲାଦେଶ ୯ ୱିକେଟରେ କେବଳ ୧୩୫ ରନ କରିବାକୁ ସକ୍ଷମ ହୋଇଥିଲା। ୮୬ ରନରେ ଦ୍ୱିତୀୟକୁ ଟି-ଟ୍ବେଣ୍ଟି ଜିତି ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଗୋଟିଏ ମ୍ୟାଚ୍ ପୂର୍ବରୁ ସିରିଜ କବଜା କରିନେଇଛି। ଶେଷ ମ୍ୟାଚ୍ ଆସନ୍ତା ୧୨ ତାରିଖରେ ଖେଳାଯିବ। ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ନୀତୀଶ କୁମାର ରେଡ୍ଡୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ମାତ୍ର ୩୪ ବଲରେ ୭୪ ରନ କରିଥିବା ବେଳେ ବୋଲିଂରେ ୪ ଓଭର ପକାଇ ୨୩ ରନ ଦେବା ସହ ୨ଟି ୱିକେଟ ନେଇଛନ୍ତି।

ନୀତୀଶ କୁମାରଙ୍କ ବ୍ୟତୀତ ବ୍ୟାଟିଂରେ ରିଙ୍କୁ ସିଂହ ମଧ୍ୟ ୨୯ ବଲରେ ୫୩ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରେ ୩୨ ରନ କରିଥିଲେ। ଫଳରେ ଭାରତ ୨୦ ଓଭରରେ ୯ ୱିକେଟ ହରାଇ ୨୨୧ ରନ କରିଥିଲା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ୨୨୨ ରନର ଟାର୍ଗେଟକୁ ପିଛା କରି ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପରଭେଜ ହୁସେନ ଇମୋନ ୧୬, ଲିଟନ ଦାସ ୧୪, ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୧୧ ଓ ତୋହିଦ ହ୍ରିଦୟ ମାତ୍ର ୨ ରନ କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟପଟେ ଟି-ଟ୍ବେଣ୍ଟି ମହିଳା ବିଶ୍ବକପରେ ଶ୍ରୀଲଙ୍କାକୁ ୮୨ ରନରେ ହରାଇଛି ଭାରତ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!