ବିପନ୍ନଙ୍କୁ କଟୁ କଥା କହି ୪ ଅଧିକାରୀ ନିଲମ୍ବିତ

ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ଅପମାନିତ କରିଥିବା ୪ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଏପରି ଅଭିଯୋଗ ଆସିଲେ କାହାକୁ ବି ଛଡ଼ା ଯିବନି ବୋଲି ଚେତାଇ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପଚିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ବାତ୍ୟା ଦାନାର ମୁକାବିଲା ସମୟରେ ୪ ଅଧିକାରୀ ନିଜ ଦାୟିତ୍ୱରେ ଖିଲାପ କରିବା ସହ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ସେମାନଙ୍କୁ ନିଲମ୍ବନ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ପିଇଓ ଓ ଜଣେ ଆରଆଇ ଅଛନ୍ତି।

ଏଥିସହ ଆଉ କିଛି ଅଧିକାରୀଙ୍କ ବିରୋଧରେ ବି ସମାନ ଅଭିଯୋଗ ଆସିଛି। ଯାଞ୍ଚ ପରେ ଏହା ସତ ବୋଲି ପ୍ରମାଣିତ ହେଲେ ତୁରନ୍ତ ସେମାନଙ୍କ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ବିପର୍ଯ୍ୟୟ ସମୟରେ ଯେଉଁମାନେ ବିପନ୍ନଙ୍କୁ ଅପମାନିତ କରିଛନ୍ତି, କଟୁ କଥା କହିଛନ୍ତି କାହାକୁ ଛଡ଼ାଯିବନି। ଏଥିସହ ଯେଉଁ ଅଧିକାରୀମାନେ ବିପନ୍ନଙ୍କ ରକ୍ଷା କର୍ତ୍ତା ସାଜିବା ସହ ନିଜ ଦାୟିତ୍ୱ ସୁଚାରୂ ରୂପେ ତୁଲାଇଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପୂଜାରୀ।

Post Views63 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!