ସିଜିୟୁର ନୂତନ କୁଳପତି ପ୍ରଫେସର ବଂଶୀଧର ମାଝୀ

ଭୁବନେଶ୍ୱରସ୍ଥିତ ସିଭି ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟ (ସିଜିୟୁ)ର ନୂତନ କୁଳପତି ଭାବେ ପ୍ରଫେସର ବଂଶୀଧର ମାଝୀ ଶୁକ୍ରବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରଫେସର ମାଝୀ ଆର୍‌ଇସି ରାଉରକେଲା (ବତ୍ତମାନ ଏନ୍‌ଆଇଟି)ରୁ କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂରେ ପିଏଚ୍‌ଡି କରିଛନ୍ତି।

ସେ ଏହାପୂର୍ବରୁ ଏନ୍‌ଆଇଟି ରାଉରକେଲାର କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍ ଇଞ୍ଜିନିରୟରିଂ ବିଭାଗରେ ଜଣେ ପ୍ରଫେସର ଭାବରେ କାର୍ଯ୍ୟରତ ଥିଲେ। ଏଥିସହ ସେ ଭିଏସ୍ଏସ୍କୁଟି ବୁର୍ଲାର କୁଳପତି ଏବଂ ଚେନ୍ନାଇର ଆଇଆଇଟିଡିଏମ୍ କାଞ୍ଚୁପୁରମ୍‌ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।

ତାଙ୍କର ଶିକ୍ଷାଦାନ, ଅନୁସନ୍ଧାନ ଓ ପ୍ରଶାସନରେ ୩୩ ବର୍ଷରୁ ଅଧ‌ିକ ଏବଂ ଶିଳ୍ପ କ୍ଷେତ୍ରରେ ୩ ବର୍ଷର ଅଭିଜ୍ଞତା ରହିଛି। ବିଶ୍ବବିଦ୍ୟାଳୟ ସଭାପତି ସଞ୍ଜୀବ କୁମାର ରାଉତ, ଆଡ୍‌ଭାଇଜର ପ୍ରଫେସର ଗଣପତି ପଣ୍ଡା, ପ୍ରଫେସର ସୁନୀଲ କୁମାର ଷଡ଼ଙ୍ଗୀ ପ୍ରମୁଖ ପ୍ରଫେସର ମାଝୀଙ୍କୁ ସ୍ବାଗତ କରିଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!